ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ସଫଳ । ୨ହଜାର କିମି ଲକ୍ଷ୍ୟଭେଦୀ କ୍ଷମତା ।ଏପିଜେ ଅବଦୁଲ୍ କଲାମ ଦ୍ୱୀପରୁ ପରୀକ୍ଷଣ ।

87

କନକ ବ୍ୟୁରୋ: ଓଡ଼ିଶା ଉପକୂଳରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ଏହି ପରୀକ୍ଷଣ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟର ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି ।

କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ସମୟରେ ୭୦୦ କିଲୋମିଟରରେ ଥିବା ଲକ୍ଷ୍ୟଭେଦ କରିବା ସହ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଭାବେ ସବୁ ବିଭାଗ କାମ କରିଥିବା ଏହି ବ୍ୟାବହାରିକ ପରୀକ୍ଷାରୁ ଜଣାପଡ଼ିଥିଲା । ଅଗ୍ନି-୧ ସ୍ଥଳସେନାର ଷ୍ଟ୍ରାଟେଜିକ ଫୋର୍ସ ଦ୍ୱାରା ୨୦୦୭ରୁ ବ୍ୟବହାର ହୋଇ ଆସୁଛି । ଅଗ୍ନି-୧ କ୍ଷେପଣାସ୍ତ୍ରର ଲମ୍ବ ୧୫ ମିଟର ହୋଇଥିବା ବେଳେ ମୋଟେଇ ୧ ମିଟର । ଏହାର ଓଜନ ୧୨ହଜାର କିଲୋଗ୍ରାମ । ୧ହଜାର କିଲୋଗ୍ରାମର ଉଭୟ ପାରମ୍ପରିକ ଓ ଆଣବିକ ବିସ୍ଫୋରକ ସାମଗ୍ରୀ ନେଇ ଏହା ୭୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତାରେ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି । କମ ଯୁଦ୍ଧାସ୍ତ୍ର ବହନ କରିଲେ ବି ଏହା ୧୨୦୦ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି ।