ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ : ରାଜଧାନୀର ପେଟ୍ରୋଲ ପମ୍ପରେ ମୋଦିଙ୍କ ପୋଷ୍ଟରରେ କାଳି ବୋଳିଲେ କଂଗ୍ରେସ କର୍ମୀ

Advertisment
ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ : ରାଜଧାନୀର ପେଟ୍ରୋଲ ପମ୍ପରେ ମୋଦିଙ୍କ ପୋଷ୍ଟରରେ କାଳି ବୋଳିଲେ କଂଗ୍ରେସ କର୍ମୀ

କନକ ବ୍ୟୁରୋ : ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟରକୁ କାଳିମାଡ଼ । ଛାତ୍ର କଂଗ୍ରେସ ପକ୍ଷରୁ ମୋଦିଙ୍କ ପୋଷ୍ଟରକୁ କାଳିମାଡ଼ ହୋଇଥିବା ଜଣାପଡ଼ିଛି । ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଥିବା କୁହାଯାଉଛି । ଭୁବନେଶ୍ୱର ରାମ ମନ୍ଦିର ପାଖ ପେଟ୍ରୋଲ ପମ୍ପରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟରକୁ କାଳିମାଡ଼ ହୋଇଛି । ପେଟ୍ରୋଲ ପମ୍ପରେ ଛାତ୍ର କଂଗ୍ରେସ ପକ୍ଷରୁ ନାରାବାଜି କରିବା ସହ କେନ୍ଦ୍ର ବିରୋଧରେ ପ୍ରତିବାଦ କରାଯାଇଛି ।

ସେପଟେ, ତେଲ ଦର ବୃଦ୍ଧିକୁ ନିଆରା ଢଙ୍ଗରେ ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ । ବିଧାନସଭାକୁ ସାଇକେଲରେ ଆସିଛନ୍ତି କଂଗ୍ରେସ ବିଧାୟକ । ତେଲ ଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟି କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମ୍ ରହିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମାତ୍ରାଧିକ ଟିକସ ଆଦାୟ କରୁଥିବା କଂଗ୍ରେସ ବିଧାୟକ ମାନେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe