କନକ ବ୍ୟୁରୋ : ହୋଲିରେ ଚାଳିଲା ହତିଆର । ରାଜନୈତିକ ହିଂସାକୁ କେନ୍ଦ୍ରକରି କେଉଁଠି ବୋମାମାଡ଼ ହୋଇଛି ତ ଆଉ କେଉଁଠି ଠେଙ୍ଗାମାଡ଼ । ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରୁ ଆସିଛି ହିଂସାର ଖବର । ଗତକାଲି ଜିଲ୍ଲାପରିଷଦ ଓ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନେଇ ଚୁଡାନ୍ତ ଫଳ ବାହାରିଥିଲା । ଆଉ ରାତି ପାହିବା ପରେ ଥିଲା ରଙ୍ଗର ପର୍ବ । କିନ୍ତୁ ଭାଇଚାରାର ଏହି ଉତ୍ସବ ଭିତରେ ଫୁଟି ବାହାରିଥିଲା ରାଜନୈତିକ ହିଂସା । ବାରଙ୍ଗ ଠାରୁ ଭଞ୍ଜନଗର ଓ ବୈାଦ୍ଧ ଠାରୁ ନୟାଗଡ । କେଉଁଠି ଖଣ୍ଡା ବୁଲିଛି ତ କେଉଁଠି ବୋମାମାଡ । ଆହତ ହୋଇଛନ୍ତି ରାଜନୈତିକ କର୍ମୀ ଓ ଜନତା ।
ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନ ପରବର୍ତୀ ହିଂସାରେ ପ୍ରାୟ ୭୦ଜଣ ଆହତ ହୋଇଛନ୍ତି । ଭଞ୍ଜନଗରରେ ସର୍ବାଧିକ ୨୨ଜଣ ଗୁରୁତର ହୋଇଥିବା ବେଳେ ଯାଜପୁର ଓ ଜଗତସିଂହପୁରରେ ୧୨ଜଣ ଆହତ ହୋଇଛନ୍ତି । ରାଜନୀତିର ଏଭଳି ଚିତ୍ର ପ୍ରେମ ଓ ସଦଭାବନାର ପର୍ବ ହୋଲିରେ ସୃଷ୍ଟି କରିଥିଲା ଏକ ଅଭାବନୀୟ ପରିସ୍ଥିତି । ନିର୍ବାଚନ ଫଳାଫଳ ପରେ ଭିତରେ ଭିତରେ କୁହୁଳୁଥିବା ଅଶାନ୍ତିର ବାତାବରଣ ଆଜି ହିଂସାର ରୁପ ନେଇ ସାମ୍ନାକୁ ଆସିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ଯେଉଁ ଲଙ୍କାକାଣ୍ଡର ଖବର ସବୁ ଆସୁଛି ସେଥିରେ ସ୍ପଷ୍ଟ ବାରିହୋଇପଡୁଛି ହୋଲି ଏବଂ ଗୋଷ୍ଠୀ ସଂର୍ଘଷର ଆଳରେ କେମିତି ରାଜେନ÷ତିକ ଶତ୍ରୁତାର ମୁକାବିଲା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-13-18h12m37s014-1.png)