କନକ ବ୍ୟୁରୋ: ରାୟଗଡ଼ା ବଂଶଧାରା ନଦୀରେ ଭାଇ ଦୁଇ ନିଖୋଜ । ଭାସିଯାଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ବୟସ ୯ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୧୦ ବର୍ଷ । ଏମାନଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଶ୍ରୀରାମପୁର ଗାଁରେ । ଗତକାଲି ଶ୍ରାବଣ ସୋମବାର ଥିବାରୁ ପରିବାର ସହ ଏମାନେ ମିନାଝୋଲ ଦର୍ଶନ କରିବାକୁ ଆସିଥଇଲେ । ଦର୍ଶନ ପୂର୍ବରୁ ସମସ୍ତେ ବଂଶଧାରା ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀର ପ୍ରଖୋର ସ୍ରୋତରେ ସେମାନେ ଭାସିଯାଇଥିଲେ । ଦମକଳ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ବହୁ ଖୋଜାଖୋଜି କରିବା ପରେ ବି କିଛି ସୁଫଳ ମିଳିପାରିନାହିଁ । କାଲି ସଂଧ୍ୟା ହୋଇଯାଇଥିବାରୁ ଉଦ୍ଧାର କାମ ବନ୍ଦ ଥିଲା । ଆଜି ପୁଣି ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି ।