ପୁରୁଷ ଓ ମହିଳା ଶୂନ୍ୟ ରାଜଧାନୀ ଉପକଣ୍ଠ ପଦ୍ମକେଶରପୁର  । ଗାଁରେ ପଇଁତରା ମାରୁଛି ପୋଲିସ  । ଲୋକଙ୍କ ଘରେ ଝୁଲୁଛି ତାଲା

Advertisment
ପୁରୁଷ ଓ ମହିଳା ଶୂନ୍ୟ ରାଜଧାନୀ ଉପକଣ୍ଠ ପଦ୍ମକେଶରପୁର  । ଗାଁରେ ପଇଁତରା ମାରୁଛି ପୋଲିସ  । ଲୋକଙ୍କ ଘରେ ଝୁଲୁଛି ତାଲା

କନକ ବ୍ୟୁରୋ: ପୋଲିସର କାର୍ୟାନୁଷ୍ଠାନ ଭୟ । ରାଜଧାନୀ ଉପକଣ୍ଠ ପଦ୍ମକେଶରପୁର ଏବେ ପୁରୁଷ ଶୂନ୍ୟ। କେଉଁ କାରଣ ପାଇଁ ବୋମା ମାଡ ହୋଇଛି, କିଏ ପକାଇଛି । ଏହା ପଛର ମୂଳ ଉଦ୍ଦେଶ୍ୟ ଜାଣିବାକୁ ପୋଲିସ ତଦନ୍ତ କରୁଛି । ଏହାରି ଭିତରେ ପଦ୍ମକେଶରପୁର ପାଲଟିଛି ପୁରୁଷ ଶୂନ୍ୟ। ଏବେ ଗିରଫ ଭୟରେ ମହିଳା ମାନେ ମଧ୍ୟ ଗାଁ ଛାଡି ଚାଲିଯାଇଛନ୍ତି। ପ୍ରାୟ ପ୍ରତ୍ୟେକ ଘରେ ଝୁଲିଛି ତାଲା।

ପୋଲିସ ଗୋଟିଏ ପରେ ଗୋଟିଏ ଘର ବୁଲି ଦେଖୁଛି। ଯେମିତି ଗାଁ ରେ ପୁଣିଥରେ କୌଣସି ଅପ୍ରୀତିକର ଘଟଣା ନ ଘଟେ ସେ ନେଇ ପୁରା କଡାକଡି ବ୍ୟବସ୍ଥା କରାଯାଉଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ନିଜେ ଗୋଟିଏ ପରେ ଗୋଟିଏ ଘର ବୁଲି ଦେଖୁଛନ୍ତି। ଏହି ଘଟଣାରେ ପୋଲିସ କମିଶନର ସଂଜୀବ ପଣ୍ଡା କହିଛନ୍ତି, ମହାଜନ ବା ସୁଧୀଆଙ୍କ ବିରୋଧରେ ଯଦି କୌଣସି ପ୍ରକାରର ଅଭିଯୋଗ ଆସେ ତାହେଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁଧ ନାଁରେ ଲକ୍ଷ ଲକ୍ଷ ହଡ଼ପ ସହ ଘର ଜମି ଡ଼ିହ କବଜାକୁ ନେଉଥିବା ନେଇ ଅଭିଯୋଗ ରହିଛି । ପଦ୍ମକେଶରପୁରରେ ବୋମାମାଡ଼ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ୨ ପ୍ଲାଟୁନ ଫୋର୍ସ ସହ ଏସପି ଓ ଆଇଆଇସି ପଇଁତରା ମାରୁଛନ୍ତି । ଏବେ ପଦ୍ମକେଶରପୁର ଶାନ୍ତିପୂର୍ଣ୍ଣ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe