କନକ ବ୍ୟୁରୋ: ବାଲେଶ୍ୱର ପୌରାଞ୍ଚଳ ଗୋଷଳପଦା ଅଞ୍ଚଳର ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର  । ଆଣିଥିବା ରୁଣ ଟଙ୍କାର କିସ୍ତ ଦେଇ ନପାରିବାରୁ ଘରେ ପଶି ଗଣ୍ଡଗୋଳ କରିଛନ୍ତି ଟଙ୍କା ଦେଇଥିବା ସଂସ୍ଥାର କର୍ମଚାରୀ ଓ ଏଜେଂଟ ।

Advertisment

କନକ ବେହେରା ନାମକ ମହିଳା, ଜନଲକ୍ଷ୍ମୀ ବ୍ୟାଙ୍କରୁ ଦୁଇଟି କିସ୍ତିରେ ଲକ୍ଷେ ୧୦ହଜାର ଟଙ୍କା ଋଣ ଆଣିଥିଲେ । ମାସକୁ ମାସ କିସ୍ତି ବାବଦରେ ୨୬ଶହ ଟଙ୍କା ଓ ୩ହଜାର ୨୦ ଟଙ୍କା ଏପରି ମୋଟ୍ ୫ହଜାର ୬୨୦ଟଙ୍କା ଦେଉଥିଲେ । ହେଲେ, ଦୁଇ ମାସ କିସ୍ତି ଦେଇପାରିନଥିଲେ । ଏବଂ ଅଗଷ୍ଟ ୧୨ତାରିଖରେ ସବୁ ଟଙ୍କା ପଇଠ କରିବାକୁ ବ୍ୟାଙ୍କ କର୍ମଚାରୀଙ୍କୁ କହିଥିଲେ । କିନ୍ତୁ ହଠାତ୍ ଆଜି ସକାଳୁ କନକ ଘରେ ନଥିବା ବେଳେ ପହଞ୍ଚିଥିଲେ ବ୍ୟାଙ୍କର ୧୦ରୁ ଅଧିକ କର୍ମଚାରୀ  । ଆଉ ତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଆଜି ହିଁ ସବୁ ଟଙ୍କା ଜମା କରିବାକୁ ବାଧ୍ୟ କରିିଥିବା କନକ ଅଭିଯୋଗ କରିଛନ୍ତି ।

କେବଳ ଏହି ଘଟଣା ନୁହେଁ । କିସ୍ତି ଟଙ୍କା ଦେଇ ନପାରି, ପ୍ରତିଦିନ କେଉଁଠି ନା କେଉଁଠି ରୁଣ ନେଇଥିବା ଲୋକ ଏମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମୟରେ କିସ୍ତି ପଇଠ କରିନପାରିରୁ କର୍ମଚାରୀମାନେ ଋଣ ଗ୍ରହିତାଙ୍କ ଘରେ ପଶି ଜୁଲମ କରୁଛନ୍ତି । ରାସ୍ତାଘାଟରେ ଅଟକାଇ ଟଙ୍କା ବି ମାଗୁଛନ୍ତି । ହେଲେ ଏହା ଆଇନ ବିରୁଦ୍ଧ । କୌଣସି ସଂସ୍ଥା ଏଭଳି ନକରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ନଜର ପକାନ୍ତୁ କଣ ରହିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

- କିସ୍ତି ଟଙ୍କା ଆଦାୟ ପାଇଁ କେହି ବଳପ୍ରୟୋଗ କରିପାରିବେ ନାହିଁ 

- କାହାକୁ ଅପମାନିତ କରିପାରିବେ ନାହିଁ କି ଅପରାଧ ଘଟାଇ ପାରିବେ ନାହିଁ 

- ଟଙ୍କା ଆଦାୟ ପାଇଁ ଗ୍ୟାଙ୍ଗଷ୍ଟର, ଗୁଣ୍ଡାଙ୍କୁ ବ୍ୟବହାର କରାଯାଇପାରିବନି 

- ତଥା କଥିତ ରିକଭରୀ ଏଜେଂଟଙ୍କୁ ନିଯୁକ୍ତ କରିପାରିବେ ନାହିଁ

- କୌଣସି ଲୋକଠାରୁ ରାସ୍ତା ମଝିରେ ଗାଡି ଛଡାଇ ନେଇପାରିବେ ନାହିଁ 

- କେବଳ ଆଇନ ଅନୁସାରେ ପଦକ୍ଷେପ ନେଇପାରିବେ