କନକ ବ୍ୟୁରୋ: କଟକରେ ମୋବାଇଲ ରିଚାର୍ଜ ଠକେଇ ମାମଲାରେ ଡିସିପିଙ୍କୁ ଭେଟିଛନ୍ତି ଠକେଇର ଶିକାର ହୋଇଥିବା ଏଜେଂଟ । ଡିସିପି ପ୍ରତୀକ ସିଂ ଏଜେଂଟ ମାନଙ୍କର ଏତଲା ରଖିବାକୁ ସଦର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କମ୍ ଟଙ୍କାରେ ବର୍ଷକ ପାଇଁ ମୋବାଇଲ୍ ରିଚାର୍ଜ କରାଇଦେବାକୁ କେହି ଟଙ୍କା ନେଇ ଦଲାଲ ଠକୁଥିବା ଅଭିଯୋଗ ହୋଇଛି । କଟକ ୪୨ ମୌଜା ଅଂଚଳରେ ଥିବା ସାଂଘଭୀ ଏଂଟରପ୍ରାଇଜର୍ସ କଟକରେ ପ୍ରାୟ ୩୦୦ରୁ ଅଧିକ ଏଜେଂଟଙ୍କ ଜରିଆରେ ୫୦ ହଜାର ଲୋକଙ୍କୁ ଏପରି ସ୍କିମରେ ସାମିଲ କରିଥିଲା । ୯୯୯ ଟଂକାରେ ବର୍ଷକ ପାଇଁ ରିଚାର୍ଜ କରିବାକୁ ଲୋକଙ୍କୁ ଦେଇଥିଲା ଲୋଭନୀୟ ଅଫର । ତେବେ ଦୁଇ ତିନି ମାସ ମୋବାଇଲ ରିଚାର୍ଜ ହେବା ପରେ ସଂସ୍ଥା ଆଉ ମୋବାଇଲ୍ ରିଚାର୍ଜ କରିନଥିଲା । ଏନେଇ କମ୍ପାନୀକୁ ଯୋଗାଯୋଗ କରିବା ପରେ ବି କୌଣସି ସଠିକ୍ ଜବାବ ନମିଳିନଥିଲା ।
କଟକରେ ରିଚାର୍ଜ ଠକେଇ ମାମଲା । ଡ଼ିସିପିଙ୍କୁ ଭେଟିଲେ ଠକେଇର ଶିକାର ହୋଇଥିବା ଏଜେଂଟ ।
/kanak/media/post_attachments/wp-content/uploads/2021/02/11-7.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)