କର୍ଣ୍ଣାଟକର ବାଙ୍ଗାଲୋର୍ ଠାରେ ବୟସ୍କା ମହିଳାଙ୍କ ମଧ୍ୟରେ ଏକ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ତେବେ ଏହା କୌଣସି ଦୌଡ ପ୍ରତିଯୋଗିତା ନୁହେଁ ଜୋର୍ ଜୋର୍ ରେ ଚାଲିବାର ପ୍ରତିଯୋଗୀତା ଥିଲା । କର୍ଣ୍ଣାଟକ ସରକାର ‘ବିଶ୍ୱ ବାର୍ଦ୍ଧକ୍ୟ ଦିବସ’ ଉପଲକ୍ଷେ ୧୦୦ ରୁ ୨୦୦ ମିଟରର ଏକ ଚାଲିବା ପ୍ରତିଯୋଗୀତାର ଆୟୋଜନ କରିଥିଲେ । ଯେଉଁଥିରେ ୨୫୦ ଜଣ ବୃଦ୍ଧ ମହିଳା ଯୋଗ ଦେଇ ବୟସକୁ କେବଳ ଏକ ନମ୍ବର ଭାବେ ତୁଳନା କରିଥିଲେ । ତେବେ ବଡ଼ କଥା ହେଉଛି ଏହି ପ୍ରତିଯୋଗୀତାରେ ଜଣେ ୮୧ ବର୍ଷ ବୟସର ବୟସ୍କା ମହିଳା ବିଜୟ ହାସଲ କରି ଚର୍ଚ୍ଚା ସାଉଁଟିଛନ୍ତି ।
୮୧ ବର୍ଷୀୟା ଲଲିଥମ୍ମା ୨୦୦ ମିଟରର ପ୍ରତିଯୋଗୀତା ଜିତିଥିବା ବେଳେ ୭୨ ବର୍ଷର ସରୋଜମ୍ମା ୧୦୦ ମିଟର ରେସ୍ ଜିତିଛନ୍ତି । ଆପଣଙ୍କୁ କହିରଖୁଛୁ ‘ବିଶ୍ୱ ବାର୍ଦ୍ଧକ୍ୟ ଦିବସ’ ଅକ୍ଟୋବର ୧ ତାରିଖଠାରୁ ହେବାକୁ ଯାଉଛି । ଯେଉଁଥିପାଇଁ ବାଙ୍ଗାଲୋର୍ କାନ୍ତିବାରା ଷ୍ଟାଡିୟମ୍ ରେ ଏହି ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଲଲିଥମ୍ମା ପ୍ରତିଦିନ ଏକ ଘଣ୍ଟା ଚାଲନ୍ତି ଯାହା ତାଙ୍କ ଶରୀରକୁ ପରିଣତ ବୟସରେ ବି ଏତେ ଫୁର୍ତ୍ତୀ ଆଣିଦେଇଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପିକା ଲଲିଥମ୍ମା ପରିଣତ ବୟସରେ ମଧ୍ୟ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ୧୦୦ ମିଟର ରେସ୍ ଜିତିଥିବା ସରୋଜମ୍ମା କୁହନ୍ତି ତାଙ୍କ ସନ୍ତାନ ପରିଣତ ବୟସରେ ବୃଦ୍ଧା ଭାବି ତାଙ୍କ ସହ ଭଲ ବ୍ୟବହାର ଦେଖାଇଲେ ନାହିଁ । ଆଉ ନିଜ ଆତ୍ମସମ୍ମାନକୁ ବଂଚାଇବାକୁ ଯାଇ ସେ ଘର ଛାଡି ବୃଦ୍ଧାଶ୍ରମରେ ରହି ଏଭଳି ପ୍ରତିଯୋଗୀତାରେ ଭାଗ ନେଲେ । ତେବେ ଚାଲିବା ସମୟରେ ସରୋଜମ୍ମା ଗୋଡରେ ପଟି ବାନ୍ଧି ଜିତିଥିବାର ଖବର ସୂତ୍ରରୁ ମିଳିଛି ।
Karnataka: A sports meet was organised at the Kanteevara Stadium in Bengaluru by state govt for senior citizens on September 18, in the lead up to the World Elders' day which falls on October 1. Around 250 senior citizens participated in the event. pic.twitter.com/2I1f8aMewQ
— ANI (@ANI) September 19, 2019