ସିଗାରେଟ ଧୁଆଁ ଠାରୁ ବି ଅଧିକ କ୍ଷତିକାରକ ଧୂପକାଠି ଧୁଆଁ ! ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ ।

ସିଗାରେଟ ଧୁଆଁ ଠାରୁ ବି ଅଧିକ କ୍ଷତିକାରକ ଧୂପକାଠି ଧୁଆଁ ! ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ ।

www.punjabkesari.in

ହିନ୍ଦୁ ଧର୍ମରେ ପୂଜାର୍ଚ୍ଚନାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଅନେକ ଲୋକ ଘରେ ପୂଜା ସମୟରେ ଦୀପ ଜାଳନ୍ତି, ନ ହେଲେ ଧୂପକାଠି ଜଳାନ୍ତି। ମୁସଲମାନ୍ମାନେ ମଧ୍ୟ ନିଜ ଘରେ ଏପରିକି ମସଜିଦରେ ଏବଂ ଦୋକାନରେ ଧୂପକାଠି ଜଳାଇ ପୂଜା କରିବାର ଦେଖିବାକୁ ମିଳିଥାଏ। ଖାଲି ସେତିକି ନୁହେଁ, ଧୂପକାଠି କେବଳ ଧାର୍ମିକ କାର‌୍ୟ୍ୟରେ ବ୍ୟବହାର ହୁଏ ନାହିଁ। ପରନ୍ତୁ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଲାଗି ମଧ୍ୟ ଏପରି କରାଯାଇଥାଏ।

କିନ୍ତୁ ଆପଣ କ’ଣ ଜାଣନ୍ତି କି ଧୂପକାଠିର ଧୂଆଁ ସିଗାରେଟର ଧୂଆଁଠାରୁ ମଧ୍ୟ ଅଧିକ ବିପଜ୍ଜନକ।

ନିକଟରେ ଏକ ଗବେଷଣା କରାଯାଇଥିଲା। ସେଥିରୁ ଜଣାଯାଇଛି ଯେ ଧୂପକାଠିର ଧୂଆଁରେ ଥିବା ଛୋଟ ଛୋଟ କଣିକା ବାୟୁରେ ମିଶିଯାଏ। ଏହି ସମସ୍ତ କଣିକାରେ ଏଭଳି କିଛି ଟନିକ୍ସ ଥାଏ, ଯାହା ମଣିଷର ଶରୀର ଭିତରେ କୋଷର କ୍ଷତି କରିଥାଏ। ଚୀନରେ କରାଯାଇଥିବା ଏହି ଗବେଷଣା ଅନୁଯାୟୀ ଧୂପକାଠିର ଧୂଆଁରେ ତିନି ପ୍ରକାରର ଟନିକ୍ସ ଥାଏ, ଯାହା କର୍କଟ ରୋଗର ଆଶଙ୍କାକୁ ବୃଦ୍ଧି କରିଥାଏ।

publive-image

ମଣିଷ ଶରୀରରେ ଜେନେଟିକ୍ ମ୍ୟୁଟେସନ୍ କାରଣରୁ ଡିଏନଏରେ ଯେଉଁ ପରିବର୍ତ୍ତନ ଦେଖାଦିଏ, ତାହା ଶରୀର ପାଇଁ ଉପଯୁକ୍ତ ନୁହେଁ। ଯେତେବେଳେ ଧୂପକାଠିର ସୁଗନ୍ଧ ବାସ୍ନା ଆମ ଶରୀର ଭିତରକୁ ପ୍ରବେଶ କରେ, ସେତେବେଳେ ତା’ର କୁପ୍ରଭାବ ପଡ଼ିଥାଏ ଶରୀର ଉପରେ। ଏହି ଧୂଆଁରେ ୬୪ ପ୍ରକାରର କଣିକା ଥାଏ, ଯାହା ଶ୍ୱାସକ୍ରିୟାକୁ ରୋକିବାରେ ସହାୟକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe