କନକ ବ୍ୟୁରୋ: ଆଜି ପୁଣି ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ । ଓମଫେଡ ଅଫିସ ନିକଟରେ ବାମମୋଡ଼ ନେଇ ଢଳିଲା ରଥ । ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଆଜି ହେଉଛି ରଥଟଣା। ବଡ଼ ଦେଉଳକୁ ବାହୁଡୁଛନ୍ତି ବଡ଼ ଠାକୁର। ଚଳଚଞ୍ଚଳ ହୋଇ ଉଠିଛି ଇଚ୍ଛାପୁର ସ୍ଥିତ ରଥଦାଣ୍ଡ। ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ ସହ ରଥ ଟାଣିବାକୁ ଜମୁଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ହେଲେ ଆଜି ପୁଣି ଅଟକିଛି ବ୍ରହ୍ମ ତାଳଧ୍ୱଜ ରଥ । ଓମ୍ଫେଡ ଅଫିସ ନିକଟରେ ବାମମୋଡ଼ ନେଇ ଢଳିଲା ରଥ । ଫଳରେ ଭକ୍ତମାନେ ଯେତେ ଟାଣିଲେ ବି ଆଗକୁ ଗଡୁନି । ହାଇଡ୍ରୋଲିଂ ମେସିନ ସାହାଯ୍ୟରେ ରଥ ଟାଣିବା ନେଇ ପ୍ରଶାସନ ପ୍ରସ୍ତୁତ ହେଉଛି । ସୂଚନାଯୋଗ୍ୟ ଯେ, ଗୁଣ୍ଡିଚା ଯାତ୍ରା ଦିନ ବି ବାରମ୍ୱାର ଅଟକିଥିଲା ରଥ ।