କନକ ବ୍ୟୁରୋ : ପୁଣି ସ୍କୁଲ ଛାଡି ରାଜଧାନୀର ରାଜରାସ୍ତାରେ ଶିକ୍ଷକ । ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି, ବିଇଡି ଶିକ୍ଷା ସହାୟକ, ଚୁକ୍ତିଭିତିକ ଶିକ୍ଷକ ଏବଂ ବ୍ଲକ ଗ୍ରାଂଟ ଶିକ୍ଷକ । ଅନେକ ଥର ନିଜର ଦାବି ନେଇ ସରକାରଙ୍କ ସହ ଆଲୋଚନା ହୋଇଛି । ହେଲେ କିଛି ସୁଫଳ ମିଳିନି । ଏଥର ଯଦି, ସରକାର ଦାବୀ ନଶୁଣନ୍ତି, ପଂଚାୟତ ନିର୍ବାଚନରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଶିକ୍ଷକ ।
ବିଇଡି ଶିକ୍ଷା ସହାୟକ ସଂଘ ପକ୍ଷରୁ ଲୋୟର ପିଏମଜିରେ ଆନ୍ଦୋଳନ କରିଛନ୍ତି । ବାରମ୍ବାର ସରକାରଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରୁନି । ଏଥିପାଇଁ ଶିକ୍ଷା ବ୍ୟବସ୍ଥା ଓ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ଶିକ୍ଷକ । ଆଗକୁ ପିଲାମାନଙ୍କର ପାଠପଢାରେ ବ୍ୟାଘାତ ହେବ । ଆଉ ଏନେଇ ସରକାର ଦାୟୀ ରହିବେ ବୋଲି ସଂଘ ଚେତାବାନୀ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-23-17h28m39s893.png)