ପାନେ ପାଇଲା ପାକିସ୍ତାନ । ପିଓକେରେ ପୁଣି ଏୟାର ଷ୍ଟ୍ରାଇକ କଲା ଭାରତୀୟ ବାୟୁ ସେନା   

822

କନକ ବ୍ୟୁରୋ : ପାକ ଅଧିକୃତ କାଶ୍ମିରରେ ବଡ ଧରଣର ଏୟାର ଷ୍ଟ୍ରାଇକ । ପିଓକେରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ ଉପରେ ଏୟାରଷ୍ଟ୍ରାଇକ କଲା ଭାରତୀୟ ବାୟୁସେନା  । ଏନେଇ ପିଟିଆଇ ପକ୍ଷରୁ ସୂଚନା ମିଳିଛି । ଆତଙ୍କୀ କ୍ୟାମ୍ପ ଧ୍ୱସଂବିଧ୍ୱସ୍ତ ହୋଇଯାଇଥିବା ସୂଚନା ମିଳିଛି । ତେବେ କେତେ ମାତ୍ରାରେ କ୍ଷତି ହୋଇଛି ତାହାର ସୂଚନା ଏଯାଏଁ ଆସିନାହିଁ ।

୨୦୧୯ରେ ମଧ୍ୟ ବାଲାକୋଟରେ ଏଭଳି ଏୟାରଷ୍ଟ୍ରାଇକ କରି ପାକିସ୍ତାନକୁ ମୁହଁ ତୋଡ ଜବାବ ଦେଇଥିଲା ଭାରତ । ଏଥିରେ ଆତଙ୍କୀ କ୍ୟାମ୍ପକୁ ଧ୍ୱସଂ କରିଦେଇଥିଲା ଭାରତୀୟ ବାୟୁ ସେନା ।