ପୁଣି ରାଫେଲକୁ ନେଇ ଆରମ୍ଭ ହେଲା ରାଜନୀତିି । ଯୁଦ୍ଧ ବିମାନ ଚୁକ୍ତିରେ ଅନିୟମିତତା ଅଭିଯୋଗ ପରେ ଫ୍ରାନ୍ସରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ ।

143

କନକ ବ୍ୟୁରୋ: ରାଫେଲ ଯୁଦ୍ଧ ବିମାନ କିଣା ମାମଲାରେ ପୁଣି ଥରେ ରାଜନୀତି ଆରମ୍ଭ ହୋଇଛି । ରାଫେଲ ଚୁକ୍ତିରେ ଅନିୟମିତତା ହୋଇଥିବାର ଅଭିଯୋଗ ମିଳିବା ପରେ ଫ୍ରାନ୍ସରେ ଏହାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଫ୍ରାନ୍ସରେ ଏକ ଏନ୍ଜିଓର ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଜଣେ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି । ଏହି ଖବର ମିଳିବା ପରେ ଭାରତରେ ମଧ୍ୟ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ତଦନ୍ତ କରାଯିବାକୁ ଦାବି ଉଠିଛି ।

ଫ୍ରାନ୍ସର ଏକ ୱେବସାଇଟରେ ଭାରତ ସରକାରଙ୍କ ସହ ରାଫେଲ ଯୁଦ୍ଧ ବିମାନ ଚୁକ୍ତିରେ ଲାଂଚ କାରବାର ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ତେବେ ରାଫେଲ ଯୁଦ୍ଧ ବିମାନ ନିର୍ମାତା ଡାସଲଟ ଆଭିଏସନ ଏହାକୁ ଖଣ୍ଡନ କରିଛି । ଭାରତ ସହ ଯୁଦ୍ଧ ବିମାନ ଚୁକ୍ତି ଓ ହସ୍ତାନ୍ତର ପ୍ରକ୍ରିୟାରେ ସର୍ବାଧିକ ସ୍ୱଚ୍ଛତା ଅବଲମ୍ବନ କରଯାଇଥିବା କହିଛି କମ୍ପାନୀ ।

ଦୁଇ ଦେଶର ସରକାରଙ୍କ ମଧ୍ୟରେ ସିଧାସଳଖ ହୋଇଥିବା ଏହି ଚୁକ୍ତିରେ ସାମାନ୍ୟତମ ଅନିୟମିତତା ନାହିଁ ବୋଲି ଡାସଲଟ୍ କହିଛି । ଏଥିରେ କିନ୍ତୁ ସନ୍ତୁଷ୍ଟ ହୋଇନାହିଁ ବିରୋଧୀ କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ ସରକାର କାହିଁକି ଚୁପ ବୋଲି ପ୍ରଶ୍ନ କରିଛି । ସେହିପରି ମାମଲାର ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଯାଂଚ ଦାବିକୁ ଦୋହରାଇଛି ।