ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ହଟ୍ଟଗୋଳ: ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗରେ କଂଗ୍ରେସ ବିଧାୟକଙ୍କ ହୋହାଲ୍ଲା

51

କନକ ବ୍ୟୁରୋ: ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀଙ୍କ ହଟ୍ଟଗୋଳ । ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗକୁ କଂଗ୍ରେସ ସଦସ୍ୟ ଗୃହରେ ହୋହାଲ୍ଲା କରିଛନ୍ତି । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବାକୁୂ କଂଗ୍ରେସ ସଦସ୍ୟ ଦାବି କରିଛନ୍ତି । ସେପଟେ ଆଜି ଗୃହ ଆରମ୍ଭ ହେବା ମାତ୍ରେ ପୁଞ୍ଜିନିବେଶ ଓ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଆଜି ବିଧାନସଭାରେ ହୋହଲ୍ଲା କରିଥିଲେ ବିଜେପି ବିଧାୟକ । ।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତେ ପୁଞ୍ଜିନିବେଶ ନାଁରେ ଆତ୍ମପ୍ରଚାର ବନ୍ଦ କର ଓ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ କାହା ସ୍ୱାର୍ଥରେ ବୋଲି ସ୍ଲୋଗାନ ଦେଇଥିଲେ । ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ସେପଟେ ବିଜେପି ସଦସ୍ୟଙ୍କ ହଙ୍ଗାମା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସମୀର ଦାସ । ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’କୁ ବିରୋଧ ହାସ୍ୟାସ୍ପଦ ବୋଲି କହିଛନ୍ତି ସମୀର ।

ପୂର୍ବର ମୁଖ୍ୟମନ୍ତ୍ରୀ ମୁମ୍ବାଇ, ବେଙ୍ଗଳୁରୁ ଭଳି ବଡ ସହରରେ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମ କରି ପୁଞ୍ଜି ନିବେଶକୁ ଆକୃଷ୍ଟ କରିଛନ୍ତି । ପୁଂଜି ନିବେଶକାରୀ ମାନେ ଓଡିଶାକୁ ଆସିଲେ ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପ୍ରସଙ୍ଗକୁ ନେଇ ବିରୋଧ କରିବା ବିଜେପିର ବିକୃତ ମାନସିକତା ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।