କନକ ବ୍ୟୁରୋ: ଜଗତସିଂହପୁରରେ ପୁଣି ଲଜ୍ଜା । ୧୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ଗତକାଲି ଅପରାହଣରେ ଟିଉସନରୁ ଫେରୁଥିବା ବେଳେ ଦୁର୍ବୃତ ନାବାଳିକାକୁ ଉଠାଇନେଇ ଦୁଷ୍କର୍ମ କରିଥିଲେ । ତେବେ ନାବାଳିକାଟି ସେଠାରେ ଖସି ପଳାଇଆସବି ପରେ ଏନେଇ ଅଭିଯୋଗ ହୋଇଛି । ପୁଲିସ ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ନୀଳଗିରି ଢୋଲଗୁର ଗାଁରେ ମଧ୍ୟ ୮ ବର୍ଷ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଭଁସରା ଗାଁର ଜଣେ ୯ମ ଶ୍ରେଣୀ ଛାତ୍ରୀ ଟ୍ୟୁସନ ପାଇଁ ଯାଉଥିବା ବେଳେ ତାଙ୍କୁ ୩ ଜଣ ଯୁବକ ଜୋର ଜବରଦସ୍ତ ଏକ ବାଉଁଶ ବଣକୁ ଅପହରଣ କରି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ଛାତ୍ରୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଯୁବକମାନେ ତାଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ। ଏ ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।
ସେହିପରି ଆଜି ସକାଳେ ନୀଳଗିରି ଥାନା ଅନ୍ତର୍ଗତ ଢ଼ୋଲପୁର ଗାଁର ଜଣେ ୧୦ ବର୍ଷୀୟା ନାବାଳିକାକୁ ସେହି ଗାଁକୁ ଫେରି କରି ଆସିଥିବା ଜିଆ ଉଲ ସେକ୍ ନାମକ ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-28-at-1.14.24-PM.png)