ପୁଣି କୁହୁଳିଲା ଏକାମ୍ର କ୍ଷେତ୍ର ବାଇ-ଲ ନିଆଁ : ସାଂସଦ ଅପରାଜିତା କହିଲେ, କୀର୍ତିରାଜି ଅଂଚଳର ବିକାଶ ପାଇଁ ଆମସାର ଆଇନର ପାଳନ ଜରୁରୀ 

 ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସଂସ୍କୃତି ସଚିବ

108

କନକ ବ୍ୟୁରୋ : ପୁଣି କୁହୁଳିଲା ଏକାମ୍ର କ୍ଷେତ୍ର ବାଇ-ଲ ନିଆଁ  । କିଛି ଦିନର ନିରବତା ପରେ ଏକାମ୍ର କ୍ଷେତ୍ର ବିକାଶକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ରାଜ୍ୟ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ଅପରାଜିତା ।

ପୁରାତନ କୀର୍ତିରାଜି ଅଂଚଳରେ କୌଣସି ବିକାଶ କାମ କରିବାକୁ ହେଲେ ଆମସାର ଆଇନ ୧୯୫୮ର ପାଳନ ହେବା ଉଚିତ୍ ବୋଲି ସାଂସଦ କହିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସସ୍କୃତି ସଚିବ ଚିଠି ଲେଖି ଜଣାଇଦେଇଥିବା ସେ ଉଲ୍ଲେଖ କରିଛନ୍ତି ।  ବିକାଶ ବାହାନାରେ ପୁରାତନ କୀର୍ତିରାଜିର ବିନାଶ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି  ।