କନକ ବ୍ୟୁରୋ : ପୁଣି କୁହୁଳିଲା ଏକାମ୍ର କ୍ଷେତ୍ର ବାଇ-ଲ ନିଆଁ । କିଛି ଦିନର ନିରବତା ପରେ ଏକାମ୍ର କ୍ଷେତ୍ର ବିକାଶକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ରାଜ୍ୟ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ଅପରାଜିତା ।
ପୁରାତନ କୀର୍ତିରାଜି ଅଂଚଳରେ କୌଣସି ବିକାଶ କାମ କରିବାକୁ ହେଲେ ଆମସାର ଆଇନ ୧୯୫୮ର ପାଳନ ହେବା ଉଚିତ୍ ବୋଲି ସାଂସଦ କହିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସସ୍କୃତି ସଚିବ ଚିଠି ଲେଖି ଜଣାଇଦେଇଥିବା ସେ ଉଲ୍ଲେଖ କରିଛନ୍ତି । ବିକାଶ ବାହାନାରେ ପୁରାତନ କୀର୍ତିରାଜିର ବିନାଶ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/35-5.jpg)