ପୁଣି ବିବାଦରେ ପ୍ରଶାନ୍ତ ଜଗଦ୍ଦେବ: ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ପଦଯାତ୍ରା ବେଳେ ଗାଁ ଲୋକଙ୍କ ସହ ହତାହାତି ଅଭିଯୋଗ

592

କନକ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଅଭିଯୋଗ । କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ଥାନାରେ ଏତଲା । ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଛଣଗିରିରେ ସାଂସଦ ପ୍ରାର୍ଥୀଙ୍କ ଜନସଂପର୍କ ପଦଯାତ୍ରା ଚାଲିଥିଲା । ଏହି ସମୟରେ ଗ୍ରାମବାସୀଙ୍କ ସହ ପ୍ରଶାନ୍ତ ଜଗଦେବ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ କଏଦ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଧମକ ଦେବା ସହ ତାଙ୍କ ହାତରୁ ମୋବାଇଲ୍ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ପ୍ରଶାନ୍ତ ଜଗଦେବଙ୍କ ନାଁରେ ଜଙ୍କିଆ ଥାନାରେ ଏତଲା ଦିଆଯାଇଛି । ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ । ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।