କନକ ବ୍ୟୁରୋ: ପୁଣି କଟକରେ ଏନକାଉଂଟର । ପୋଲିସ ଗୁଳିରେ ଆହତ ହୋଇଛି ଆଉ ଜଣେ ଅପରାଧୀ । ଆହତ ଅପରାଧୀ ଜଣକ ଅଶୋକ ବେହେରା ଓରଫ ଟୁଟୁନି ବୋଲି ସୂଚନା ମିଳିଛି । ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ୭ଟି ମାମଲା ଥିବା ପୋଲିସ ସୂଚନା ଦେଇଛି । କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ କରିଥିବା ଅପରେସନରେ ଚୌଦ୍ୱାର ଥାନା ଅଂଚଳରେ ଏହି ଏନକାଉଂଟର ହୋଇଛି । ଟୁକୁନିଠାରୁ ବନ୍ଧୁକ ଓ ଦୁଇଟି ଗୁଳି ଜବତ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖ ଥାଉ କି, ଗୁରୁବାର ଚାଉଳିଆଗଂଜ ଏନକାଉଂଟରରେ ଘାଇଲା ହୋଇଛନ୍ତି ଦୁଇ ଦୁର୍ଦାନ୍ତ ଅପରାଧୀ ଶେଖ କାଲାବାବୁ ଓରଫ ବାବୁ ଖାନ ଏବଂ ଅଲେଖ ରାଉତରାୟ ଓରଫ ଡେଙ୍ଗା । କାଲାବାବୁ ନାଁରେ ୧୦ରୁ ଅଧିକ ଅପରାଧୀକ ମାମଲା ଥିବା ବେଳେ ଅଲେଖ ବିରୋଧରେ ବି ବହୁ ସଂଗୀନ ମାମଲା ରହିଛି । ଏମାନଙ୍କ ପାଖରୁ ଗୋଟିଏ ୯ ଏମଏମ ପିସ୍ତଲ ସହ ୨ ରାଉଣ୍ଡ ଗୁଳି ଜବତ କରିଛି ପୁଲିସ । ଜଗତପୁର ତାହିର ଅଲ୍ଲି ଗୁଳିକାଣ୍ଡ ଘଟଣାରେ ଗତକାଲି ଟିଟୋ ଗ୍ରୁପର ୮ ଜଣଙ୍କୁ ଗିରଫ କରିଛି କମିସନରେଟ ପୁଲିସ ।