ଲୋକଙ୍କୁ କନ୍ଦାଇଲାଣି ତୈଳ ଦର ବୃଦ୍ଧି । ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

181

କନକ ବ୍ୟୁରୋ : ପେଟ୍ରୋଲ କିଣିଲେ ପକେଟ୍ ପୋଡୁଛି । ଦେଶରେ ପ୍ରତିଦିନ ତେଲ ଦର ବଢି ବଢି ଚାଲିଛି । ୩ଦିନ ସ୍ଥିର ରହିଥିବାବେଳେ ଲଗାତାର ୧୮ଦିନ ବଢିଛି ତେଲ ଦର । ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୫ ପଇସା ବଢିଛି ।

ସାଧାରଣ ଲୋକଙ୍କ ଉପରେ ବଡ ପ୍ରଭାବ ପକାଉଛି ତୈଳ ଦର ବୃଦ୍ଧି । ଚଳିତ ମାସରେ ତେଲ ଦର ୬ ଟଙ୍କା ବଢିଲାଣି । ଭୁବନେଶ୍ୱରରେ ତେଲ ଦର ଗତକାଲି ୧୦୭ଟଙ୍କା ଉପରେ ଥିବା ବେଳେ ଆଜି ପୁଣି ବଢିଛି ତିଲେ ଦର । ତେଲ ଦର ବୃଦ୍ଧି କାରଣରୁ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ପାଉଛି । ପନିପରିବାଠୁ ଆରମ୍ଭ କରି ଗ୍ରୋସରୀ ସାମଗ୍ରୀର ମଧ୍ୟ ଦର ବୃଦ୍ଧି ହେଉଛି । କେବଳଯେ ତୈଳ ଦର ଚିନ୍ତା ବଢାଇଛି ତା ନୁହେଁ । ରୋଷେଇ ଗ୍ୟାସର ଦର ବୃଦ୍ଧି ଲୋକଙ୍କୁ କନ୍ଦାଉଛି । ସେପଟେ ଗତ କିଛି ଦିନ ତଳେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରି କହିଥିଲେ, ଦର ବୃଦ୍ଧି ଉପରେ ସରକାରଙ୍କ ନଜର ରହିଛି ।