କନକ ବ୍ୟୁରୋ : ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମାକୁ ନେଇ ଲାଗି ରହିଛି ବିବାଦ । ଏହି ବିବାଦ ଭିତରେ ଆଉ ଏକ ନୂଆ ସମସ୍ୟା ସାମନାକୁ ଆସିିଛି । ଯାହାକି ଓଡିଶା ପାଇଁ ଆନ୍ଧ୍ର କେମିତି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ତାହା ସ୍ପଷ୍ଟ କରୁଛି । ଯାହାର ଦୁଇଟି ଦୃଶ୍ୟ ସାମ୍ନାକୁ ଆସିଛି । ଗୋଟିଏ ଓଡିଶାର ଓ ଅନ୍ୟଟି ଆନ୍ଧ୍ରପ୍ରଦେଶର । ଝଞ୍ଜାବତୀର ଶାଖାନଦୀ ଓଡିଶାରୁ ବାହାରି ଆନ୍ଧ୍ରର ଲାଞ୍ଜିଗ୍ରାମକୁ ଛୁଇଁ ଓଡିଶା ମଧ୍ୟରେ ରାୟଗଡା ଜିଲ୍ଲାରେ ପ୍ରବାହିତ ହେଉଥିବାର ଦୃଶ୍ୟ  ।

Advertisment

ଓଡିଶା ପଟର ଦୃଶ୍ୟରେ ଜମି ପଡିଆ ପଡିଥିବାବେଳେ ଆନ୍ଧ୍ରପ୍ରଦେଶ ପଟରେ ଥିବା ଜମି ସବୁଜ ଫସଲରେ ଭରି ରହିଛି । ଓଡିଶା ପଟ ଜମିରେ ଚାଷ ହୋଇଥିବା କପା ଫସଲ ଓ ଲେମନ ଗ୍ରାସ ଚାଷୀ ପାଣିରେ ପାଇଁ ଚିନ୍ତାରେ ଥିବାବେଳେ ଆନ୍ଧ୍ରପଟର ଚାଷର ନିଶ୍ଚିନ୍ତରେ ଅଛନ୍ତି । ଆନ୍ଧ୍ର ସରକାର ଲାଞ୍ଜି ନିକଟରେ ଆଡିବନ୍ଧ ନିର୍ମାଣ କରିବା ଯୋଗୁଁ ଏଭଳି ସ୍ଥିିତି ଉପୁଜିଥିବା ଅଭିଯୋଗ କରିଛନ୍ତି ରାୟଗଡା ଅଂଚଳର ଚାଷୀ ।

ଆନ୍ଧ୍ରପ୍ରଦେଶ ସରକାରଙ୍କ ଗ୍ରାମାଞ୍ଚଳ ସରକାରୀ ଯୋଜନା ସଂପର୍କିତ ତଥ୍ୟ ଥାଇ ତେଲୁଗୁରେ ଲେଖାଯାଇଥିବା ବିଭିନ୍ନ ପୋଷ୍ଟର୍ ଗ୍ରାମର କାନ୍ଥରେ ମରାଯାଇଥିବା ଦେଖିବାକୁ ମିଳିଛି। ଗତକାଲି ଗ୍ରାମର ବିଭିନ୍ନ ଘର ନିକଟରେ ଏସମସ୍ତ ପୋଷ୍ଟର୍‌କୁ ମଞ୍ଜୁଷାମଣ୍ଡଳର ପଞ୍ଚାୟତ ଭଲ୍ୟୁଣ୍ଟର୍ ମାନେ ମାରିଛନ୍ତି। ମାସର କେଉଁ ଦିନରେ ସରକାରୀ ରାସନ୍ ଦିଆଯିବ ଓ କେତେ ଦରରେ ସାଧାରଣ ଲୋକେ ଏହା ପାଇପାରିବେ, ଏସଂକ୍ରାନ୍ତରେ ପୋଷ୍ଟର୍‌ରେ ଉଲ୍ଲେଖ କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ବିବାଦକୁ ନେଇ ସରକାରୀସ୍ତରରେ ଆଲୋଚନା ହେଉଥିଲେ ବି ଆନ୍ଧ୍ରପ୍ରଦେଶ ପ୍ରଶାସନର ଏଭଳି ମନମୁଖି ନୀତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।