ଗ୍ୟାଙ୍ଗଷ୍ଟରଙ୍କ ଘର, ଗୁଳିଗୋଳାର ଗନ୍ତାଘର… ପୁଣି ଡି’ ବ୍ରଦର୍ସଙ୍କ ଘରୁ ବନ୍ଧୁକ ଗୁଳି ଜବତ । ୩ ବନ୍ଧୁକ, ୧୪୦ ରାଉଣ୍ଡ ଗୁଳି ପାଇଲା ପୋଲିସ ।

161

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କ ଘରେ ଚଢାଉ ବେଳେ ପୁଣି ବନ୍ଧୁକ ଓ ଗୁଳି ଜବତ । ୩ଟି ବନ୍ଧୁକ ଓ ୧୪୦ ରାଉଣ୍ଡ ଗୁଳି ଜବତ କରାଯାଇଛି । ପୁଲିସ କମିସନର ଏନେଇ ସୂଚନା ଦେଇଛନ୍ତି । ଆଜିଠୁ ୩ ଦିନିଆ ରିମାଣ୍ଡରେ ଧଳସାମନ୍ତ ବ୍ରଦର୍ସଙ୍କୁ ନେଇଛି ପୁଲିସ । ପ୍ରଥମେ ସୁଶାନ୍ତ ଧଳସାମନ୍ତଙ୍କୁ କଟକ ଘରକୁ ଆଣି କେଉଁ କେଉଁ ସ୍ଥାନରେ ବନ୍ଧୁକ ଲୁଚାଇଥିଲା ତାହା ପୁଲିସ ପଚାରିଛି । ଏହା ପରେ ସାନ ଭାଇ ସୁଶୀଲକୁ ମଧ୍ୟ ଆଣି ପୁଲିସ ପଚରାଉଚରା କରିଥିଲା ।

କିଛି ଦିନ ତଳେ ଡି-ବ୍ରଦର୍ସଙ୍କ ଘରେ ପୁଲିସ୍ ଚଢ଼ାଉ କରିଥିଲା । ଏହି ସମୟରେ ବହୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ଡି-ବ୍ରଦର୍ସଙ୍କ ଘରୁ ବହୁ ପରିମାଣର ମାରଣାସ୍ତ୍ର ଜବତ ହୋଇଥିଲା । ୧୦ରୁ ଅଧିକ ବନ୍ଧୁକ ସହ ବହୁ ଗୁଳିଗୋଳା ଜବତ କରିଥିଲା ପୁଲିସ୍ । ୧୬ଟି ବନ୍ଧୁକ, ୧୦୯୫ ରାଉଣ୍ଡ ଗୁଳି, ୨୪ ମାଗାଜିନ, ୧୬ଟି ମୋବାଇଲ, ୪ଟି ମୋଟର ସାଇକେଲକୁ ଜବତ ହୋଇଥିଲା । ଦୁଇ ଧଳସାମନ୍ତ ବ୍ରଦର୍ସଙ୍କ ଇଙ୍ଗିତରେ ବେଆଇନ ବନ୍ଧୁକ କାରବାର କରୁଥିବା ୮ଜଣଙ୍କୁ ମଧ୍ୟ ଗିରଫ ହୋଇଥିଲେ । ଏସବୁ ବନ୍ଧୁକ ବିହାରରୁ ଆସୁଥିବାର ଲିଙ୍କ ପୁଲିସ୍ ହାତରେ ଲାଗିଥିଲା । ଏହି ମାମଲାର ଅଧିକ ଖୋଳତାଡ଼ ଜାରି ରହିଛି ।