ଖାରଜ ହେଲା ଜାମିନ, ପୁଣି ପ୍ରଦୀପ ନିରାଶ । ଗୋପାଳପୁର ବିଧାୟକଙ୍କ ଜାମିନ ଆବେଦନ ଖାରଜ । ପୂର୍ବରୁ ବେଲ୍ ଖାରଜ ପରେ ଜେଲରେ ଅଛନ୍ତି ପ୍ରଦୀପ

186

କନକ ବ୍ୟୁରୋ: ପୁଣି ପ୍ରଦୀପ ପାଣିଗ୍ରାହୀ ନିରାଶ । ଖାରଜ ହେଲା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ । ପ୍ରଦୀପଙ୍କ ଜାମିନ ଆବେଦନ ଖାରଜ କଲେ ଖୋର୍ଦ୍ଧା ଏଡିଜେ କୋର୍ଟ-୩ । ତେବେ ଜାମିନ ନେଇ ଗୋପାଳପୁର ବିଧାୟକଙ୍କୁ ବାରମ୍ବାର ନିରାଶ ହେବାକୁ ପଡୁଛି । ପୂର୍ବରୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ଜାମିନ ଆବେଦନ ଖାରଜ ହୋଇଥିଲା । ଭୁବନେଶ୍ୱର ଏସଡିଜେଏମ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଜାମିନ ଖାରଜ ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦେଇଥିଲେ କୋର୍ଟ । ଆଉ ଆଜି ପୁଣି ୨ୟ ଥର ପାଇଁ ବେଲ୍ ପାଇବାରେ ନିରାଶ ହୋଇଛନ୍ତି ପ୍ରଦୀପ ।

ସେପଟେ ଲୋକାୟୁକ୍ତ ଯିବ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲା । ଗଂଜାମ ଜିଲ୍ଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ ଲୋକାୟୁକ୍ତ କରିବାକୁ ସୁପାରିସ କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାୟୁକ୍ତ ଗଠନ ପରେ ଏହା ସରକାରଙ୍କ ତରଫରୁ ପ୍ରଥମ ମାମଲା । ତେବେ ଆଜି ବିଧାୟକଙ୍କ ଜାମିନ୍ ଆବେଦନର ଶୁଣାଣି କରି ଜାମିନ ଖାରଜ କରିଛନ୍ତି କୋର୍ଟ ।