କନକ ବ୍ୟୁରୋ: ଥମୁନି ବଙ୍ଗଳା ବିବାଦ । ୨୪ ଘଣ୍ଟା ପରେ ପୁଣି ବୈଜୟନ୍ତଙ୍କୁ ଟ୍ୱିଟରରେ ନିଶାନା କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଗତକାଲି ଦିଲ୍ଲୀ ମହାଦେବ ରୋଡସ୍ଥିତ ସରକାରୀ କ୍ୱାର୍ଟରକୁ ବୈଜୟନ୍ତ ମାଡ଼ି ବସିଥିବା କହି ଟ୍ୱିଟରେ ଟାର୍ଗେଟ କରିଥିଲେ ଅନୁଭବ । ହେଲେ ଏହାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ କାହିଁକି ଚୁପ୍ ବସିଛନ୍ତି ବୈଜୟନ୍ତ ବୋଲି ଟ୍ୱିଟ୍ ଜରିଆରେ ପ୍ରଶ୍ନ କରିଛନ୍ତି ଅନୁଭବ । କହିଛନ୍ତି କି, ଟ୍ୱିଟ୍ ମାଷ୍ଟର ବୈଜୟନ୍ତ ବଙ୍ଗଳାକୁ ବିବାଦକୁ ନେଇ କାହିଁକି ଚୁପ୍ ବସିଛନ୍ତି?

Advertisment

ଅନ୍ୟପଟେ ଗତକାଲି ଅନୁଭବଙ୍କ ଟ୍ୱିଟ୍ ପରେ ବୈଜୟନ୍ତଙ୍କ କାର୍ଯ୍ୟାଳୟ ତରଫରୁ ସଫେଇ ଦିଆଯାଇଛି ଯେ, ବର୍ତମାନ ବୈଜୟନ୍ତ ଏହି ଘର ପାଇଁ ସରକାରଙ୍କୁ ଭଡା ଦେଉଛନ୍ତି । ଘରେ ବହୁ ସଂଖ୍ୟାରେ ବଡ ବଡ ସାମଗ୍ରୀ ଥିବାରୁ ସେଗୁଡିକ ଖାଲି କରିବା ପାଇଁ ସମୟ ଦରକାର । ଏପରିକି ଅନୁଭବ ବିନା କୌଣସି ସୂଚନାରେ ଏହି କ୍ୱାର୍ଟକୁ ଦେଖିବାକୁ ଚାହୁଁଥିଲେ କିନ୍ତୁ କୌଣସି ପୂର୍ବନିର୍ଦ୍ଦାରିତ ସୂଚନା ନଦେଇଥିବାରୁ ସିକ୍ୟୁରିଟି ଗାର୍ଡ ତାଙ୍କୁ ଗେଟ୍ ପାଖରେ ଅଟକାଇଥିଲେ । ଏହାପରେ ଅନୁଭବ ବୈଜୟନ୍ତଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ର୍ଦୁବ୍ୟହାର କରିଥିବା ପାଲଟା ଅଭିଯୋଗ କରିଛନ୍ତି ବୈଜୟନ୍ତ ।

publive-image୨ ମାସ ପୂର୍ବରୁ କେନ୍ଦ୍ରାପଡା ଲୋକସଭା ପାଇଁ ଏହି ୨ ନେତାଙ୍କ ଭିତରେ ବାକ ଯୁଦ୍ଧ ଚାଲିଥିଲା । ଆଉ ଏବେ ପୁଣି ୨ ନେତାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି । ଆଉ ଏହାର କାରଣ ହେଉଛି ଦିଲ୍ଲୀର ମହାଦେବ ରୋଡସ୍ଥ୍ିତ ଏହି ସରକାରୀ କ୍ୱାଟର । ଗୁରୁୁବାର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏହି ଘର ଭିତରକୁ ଯାଇ ଦେଖିବାକୁ ଚାହିଁଥିଲେ କିନ୍ତୁ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ । ଏହା ପରେ ଟୁଇଟ କରି ଅନୁଭବ କହିଥିଲେ ହାଉସ ଆବଂଟନ କରୁଥିବା ଲୋକସଭାର ହାଉସ କମିଟି ତାଙ୍କୁ ଘର ଦେଖିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ସୁରକ୍ଷା କର୍ମୀ ଅନୁଭବଙ୍କୁ ଅଟକାଇଥିଲେ । ଆଉ ଘର ଆଗରେ ନିଜର ଏକ ଫଟୋ ଉଠାଇ ଟୁଇଟ କରିଥିଲେ ।

publive-imageଅନ୍ୟପଟେ ୧୩ ମାସ ପୂର୍ବରୁ ଲୋକସଭାରୁ ଇସ୍ତଫା ଦେବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏହି ସରକାରୀ ଘର ଛାଡି ଦେବା କଥା । କିନ୍ତୁ ଗତ ୨୦ ବର୍ଷ ଧରି ଏହି ଘରେ ରହି ଆସୁଥିଲେ ବୈଜୟନ୍ତ ପଣ୍ଡା । ତେଣୁ ଘର ପ୍ରତି ମୋହ ଛାଡିବା ବୈଜୟନ୍ତଙ୍କ ପାଇଁ କଷ୍ଟକର ହୋଇପାରେ । ଏପଟେ ଅଭିନେତାରୁ ନୂଆ ନୂଆ ନେତା ବନିଥିବା ଅନୁଭବ ମଧ୍ୟ ଏହି ଘର ପାଇଁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ଦିଲ୍ଲୀ ମହାଦେବ ରୋଡସ୍ଥିତ ଏହି ଘର ପାଇଁ ଲୋକସଭା ହାଉସ କମିଟିରେ ଆବେଦନ କରିଛନ୍ତି ଅନୁଭବ । ଘର ଦେଖିବା ପାଇଁ ହାଉସ କମିଟି ଅନୁମତି ଦେଇଛି । କିନ୍ତୁ ଅନୁଭବଙ୍କୁ ଘରେ ପୁରାଇ ନଦେବା ପରେ ଆରମ୍ଭ ହୋଇଛି ବିବାଦ । ଏହି ବିବାଦରେ ପୂର୍ଣ୍ଣଛେଦ କେବେ ପଡ଼ିବ ତାହା ଉପରେ ସମସ୍ତଙ୍କ ନଜର ।