ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ । ୨ ପ୍ଲାଟୁନ ପୋଲିସ ଫୋର୍ସ ଓ ୨ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାଲିଛି ଉଚ୍ଛେଦ କାର୍ଯ୍ୟ

107

କନକ ବ୍ୟୁରୋ : ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ । ଶ୍ରୀମନ୍ଦିର କାର୍ଯ୍ୟାଳୟ ଚାଲୁଥିବା ପୁରୁଣା କୋଠାକୁ ଉଚ୍ଛେଦ କରାଯାଉଛି । ଜେସିବି ସାହାର୍ଯ୍ୟରେ କୋଠା ଭାଙ୍ଗା ଆରମ୍ଭ ହୋଇଛିି । ଶ୍ରୀମନ୍ଦିର ଐତିହ ସୁରକ୍ଷା ପ୍ରାଚୀର ନିର୍ମାଣ କରିବା ପାଇଁ ଟେଣ୍ଡର ନେଇଥିବା ଟାଟା ପ୍ରୋଜେକ୍ଟ ଲିମିଟେଡ ପକ୍ଷରୁ ଉଚ୍ଛେଦ କରାଯାଉଛି । ୨ ପ୍ଲାଟୁନ ପୋଲିସ ଫୋର୍ସ ଓ ୨ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୋଠା ଭଙ୍ଗା ଯାଉଛି ।
ଏଥିପାଇଁ ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୁଲିସ ଛାଉଣୀ ହୋଇଛନ୍ତି । ଏହା ହେଉଛି ଶ୍ରୀମନ୍ଦିର ପ୍ରଶାସନର ସର୍ବପୁରାତନ କୋଠା । ଶହ ଶହ ବର୍ଷ ପୂର୍ବରୁ ଏହି କୋଠାରେ ଗଜପତି ମହାରାଜାଙ୍କ ଅଫିସ ଚାଲୁଥିଲା । ପରବର୍ତୀ ସମୟରେ ଆଇନ ବିଭାଗ ଅଧିନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଚାଲୁଥିଲା । ଏହି କୋଠାରେ ଏବେ ୧୫ଟି ଦୋକାନ ଘର ଥିଲା । ଏହି ଦୋକାନ ଗୁଡ଼ିକକୁ ଖାଲି କରାଯାଇଛ ଉଚ୍ଛେଦ କାମ ଆରମ୍ଭ ହୋଇଛି । ଆଜି ରବିବାର ଶ୍ରୀନ୍ଦିର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ ଥିବାରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି ।