କନକ ବ୍ୟୁରୋ: ସାମନାକୁ ଆସିଲା ବୈଜୟନ୍ତଙ୍କ ସହ ହେଲିକପ୍ଟରରେ ବୁଲୁଥିବା ଅଭିଜିତ୍ ଆୟାରଙ୍କ ଆଉ ଏକ ବିବାଦୀୟ ଟୁଇଟ୍ । ଏହି ଟୁଇଟରେ ଓଡିଶାକୁ ନୀଚା ଦେଖାଇବାକୁ ଯାଇ ସେ କହିଛନ୍ତି ଓଡିଶାକୁ ଆବିଷ୍କାର କରିଥିଲେ ବଙ୍ଗାଳି । ଓଡିଶା ଭଳି କିଛି ନାହିଁ, ଏହା ବେଙ୍ଗଲର ଏକ ଅଂଶ । ଏହା ସହିତ ସେ ଟୁଇଟ୍ କରିଛନ୍ତି ଜଗନ୍ନାଥ ପ୍ରକୃତରେ କୋଲକାତାର ଦେବତା । କଳିଙ୍ଗ ରାଜା ଜଗନ୍ନାଥ ପ୍ରତିମାଙ୍କୁ ଚୋରାଇ ଆଣିଥିଲେ । ୨୦୧୭ ମସିହାରେ ଟୁଇଟ୍ କରି ଏଭଳି ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ୍ ।
ଉଲ୍ଲେଖଥାଉ କି, ଚିଲିକା, ପୁରୀ ଏବଂ କୋଣାର୍କରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ ଆଉ ଏକ ମାମଲା ରୁଜୁ ମଧ୍ୟ କରିଛି ପୁରୀ ପୋଲିସ । ୧୫ ତାରିଖରେ ଓଡିଶା ବୁଲିବାବେଳେ ଚପରରେ ବସିଥିବା ଅଭିଜିତ ଆୟାର ମିତ୍ର ନିଜେ ଟ୍ୱିଟ କରି ଏହି ସବୁ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଟ୍ୱିଟରେ ଚପର ଉପରେ ବସି ଅଭିଜିତ ଆୟାର ମିତ୍ର ପୁରୀ ମନ୍ଦିର ଉପରେ ବୁଲିଥିବାବେଳେ ଟ୍ୱିଟରେ ଏହି ସବୁ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଶ୍ରୀମନ୍ଦିର ଉପରୁ ମୋର ସ୍ତ୍ରତନ୍ତ୍ର ମେସେଜ- ମନ୍ଦିର ସତରେ କେତେ ବଡ ଓ ଏହି ମନ୍ଦିର ଚାରିପଟେ କିଭଳି ସହର ରହିଛି ସେ ଉପରେ ଟ୍ୱିଟ୍ କରିଛନ୍ତି । ଶ୍ରୀମନ୍ଦିର ଉପରୁ ଉଡାଣ ନେଇ ସେ ନିଜେ ସୂଚନା ଦେଇଛନ୍ତି ।
Odisha 9: my special message to you from the Konark temple expressing my utter disgust at this monumental conspiracy against the Hindu Civilisation pic.twitter.com/wJeqZPHRDk
— Abhijit Iyer-Mitra (@Iyervval) September 16, 2018
ସେହିଭଳି କୋଣାର୍କ ମନ୍ଦିର ଉପରେ ବି ଉଡିଛି ଏହି ଚପର । ଏ ନେଇ ଅଭିଜିତ ଆୟାର ମିତ୍ର ନିଜେ ଟ୍ୱିଟରର ଭିଡିଓ ଓ ଫଟୋ ସେୟାର କରିଛନ୍ତି । ଏହି ସମୟରେ ହେଲିକପ୍ଟରରେ ସେ ବସିଥିବାର ଦୃଶ୍ୟ ରହିଛି । ଏଥିରେ ସେ କୋଣାର୍କ ମନ୍ଦିର ଚାରିପଟେ ବୁଲୁଥିବା ଦୃଶ୍ୟ ରହିଛି । ମନ୍ଦିର ଓ ଏହାର କାରୁକାର୍ଯ୍ୟକୁ ନିନ୍ଦା କରିବା ସହ ଓଡ଼ିଆଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଲାପରି ମନ୍ତବ୍ୟ ଦେଇଛନ୍ତି ।ସେ ମନ୍ଦିରରେ ଖୋଦିତ ହୋଇଥିବା କାମଉଦ୍ଦୀପକ
Odisha 5: my special message to you from above Puri Jaganath Temple pic.twitter.com/UtGqfSq3KW
— Abhijit Iyer-Mitra (@Iyervval) September 15, 2018
ଚିତ୍ରକୁ ନେଇ ସମାଲୋଚନା କରିଛନ୍ତି । ମନ୍ଦିରରେ ଏପରି ଅଶ୍ଳୀଳ ଚିତ୍ର ଖୋଦିତ ହୋଇଛି, ଏହା କିପରି ଏକ ପବିତ୍ର ସ୍ଥାନ ହୋଇପାରିବ ବୋଲି ସେ ଭିଡ଼ିଓରେ କହିଛନ୍ତି । ହିନ୍ଦୁ ମାନଙ୍କ ବିରୋଧରେ କୋଣାର୍କ ମନ୍ଦିର ମୁସଲମାନ ଶାସକଙ୍କ ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ଏଭଳି ଅଶାଳୀନ ମନ୍ତବ୍ୟ ନେଇ ଟୁଇଟରରେ ଛାଡିବା ଘଟଣା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଶେଷରେ ସେ କହିଛନ୍ତି ‘ଜୟ ଶ୍ରୀ ରାମ’ ଆମ ନୂଆ ରାମମନ୍ଦିର ଏପରି ଅଶ୍ଳୀଳ ଚିତ୍ର ତିଆରି ନହେଉ ।