ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଉଥିବା ଦୀପିକାଙ୍କ ପାଖରେ ଏବେ ଫିଲ୍ମର ଲମ୍ବା ଲାଇନ । ସୂଚନା ମିଳିଛି ତନୁ ୱେଡ୍ସ ମନୁର ଡାଇରେକ୍ଟର ଆନନ୍ଦ ଏଲ୍ ରାୟଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଛନ୍ତି ଏବଂ ଏଥିରେ ଦୀପିକାଙ୍କ କୋ-ଆକ୍ଟର ହେବେ ବଲିଉଡ ବାଦଶାହା ଶାହାରୁଖ ଖାନ୍ ।
ଶାହାରୁଖ-ଦୀପିକା ଯୋଡି , ଓମ୍ ଶାନ୍ତି ଓମ୍ , ଚେନ୍ନାଇ ଏକ୍ସପ୍ରେସ ଓ ହ୍ୟାପି ନ୍ୟୁ ଇୟର ପରେ ପୁଣି ୪ର୍ଥ ଥର ପାଇଁ ବଡ ପରଦାରେ ଦେଖାଦେବେ । ବର୍ତମାନ ଦୀପିକାଙ୍କ ସମୟ ଖୁବ୍ ଭଲରେ ଚାଲିଛି । ଦୀପିକା ପଦ୍ମାବତୀ ଫିଲ୍ମ ପାଇଁ ୧୨.୬୫ କୋଟି ନେଇ ବଲିଉଡର ସବୁଠୁ ଅଧିକ ଅର୍ଥ ରାଶି ନେଉଥିବା ହିରୋଇନ ପାଲଟିଛନ୍ତି ଏବଂ ଏହା ସହ ଦୀପିକା ୱିନ୍ ଡିଜଲଙ୍କ ସହ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
ଶାହାରୁଖ-ଦୀପିକାଙ୍କ ଏହି ଅପକମିଙ୍ଗ ଫିଲ୍ମ ସହ ସଂପୃକ୍ତ ସୂତ୍ରରୁ ପ୍ରକାଶ ଯେ ଦୀପିକାଙ୍କ ସହ କଥା ବାର୍ତା ସରିଯାଇଛି ଏବଂ ଖୁବ୍ ଶୀଘ୍ର ସେ ଏହି ଫିଲ୍ମ ସାଇନ କରିବେ । ମଜାରକଥା ଯେ ରୋମାଂଟିକ୍ ହିରୋ ଶାହାରୁଖ ଏହି ନୂଆ ଫିଲ୍ମରେ ବାମନ ଚରିତ୍ରରେ ଆସୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/deepika-sm_650_080316065454.jpg)
/kanak/media/post_attachments/wp-content/uploads/2016/08/3-2-300x171.jpg)
/kanak/media/post_attachments/wp-content/uploads/2016/08/1-2-300x218.jpg)
/kanak/media/post_attachments/wp-content/uploads/2016/08/2-2-300x213.jpg)