ସାଇବର ଠକେଇ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି ହେଉ ହେଉ ଆସୁଛି ହଜାର ହଜାର କଲ୍: ୨୪ ଘଂଟା ଭିତରେ ୨ରୁ ୩ ହଜାର କଲ କରିଛନ୍ତି ଠକେଇର ଶିକାର ବ୍ୟକ୍ତି

କେବଳ ଭୁବନେଶ୍ୱର ପାଇଁ ଖୋଲିଛି ସାଇବର ଡେସ୍କ । ଡିସିପିଙ୍କୁ ବି ଆସିଛି ଠକଙ୍କ କଲ

178

କନକ ବ୍ୟୁରୋ: ସାଇବର ହେଲ୍ପ ଲାଇନ୍ ନମ୍ବର ଜାରି ହେବା ପରେ ଗତକାଲି ଠାରୁ ଆଜି ଭିତରେ ୨ ହଜାରରୁ ୩ ହଜାର ଫୋନ କଲ ଆସିଛି । ସେଥି ମଧ୍ୟରୁ ଭୁବନେଶ୍ୱରରୁ ଠେକଇ ହୋଇଥିବା ସଂଖ୍ୟା ୨୦ । ଯେଉଁ ବ୍ୟକ୍ତିମାନେ ଠକେଇର ଶିକାର ହେଉଛନ୍ତି ସେମାନେ ସିଧାସଳଖ ଏହି ହେଲ୍ପ ଡେସ୍କକୁ ଫୋନ କରିପାରିବେ । କିନ୍ତୁ ଏହି ହେଲ୍ପ ଡେସ୍କଟି କେବଳ ରାଜଧାନୀ ବାସୀଙ୍କ ପାଇଁ ଖୋଲାଯାଇଥିବା କହିଛନ୍ତି ଡିସିପି ଉମା ଶଙ୍କର ଦାସ ।

ଅନଲାଇନରେ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି ସାଇବର ଠକ । ଅନକେ ଲୋକ ଏହି ଠକଙ୍କ ଶିକାର ବନି ସାରିଛନ୍ତି । ଡିସିପି ଉମାଶଙ୍କର ଦାସଙ୍କୁ ମଧ୍ୟ ସାଇବର ଠକର କଲ୍ ଆସିଛି । ତେବେ ସାଇବର ଠକଙ୍କ ବାବଦରେ ଜଣାଇବା ପାଇଁ ଭୁବନେଶ୍ୱରରେ ସାଇବର ଡେସ୍କ କରାଯାଇଛି । ରାଜଧାନୀବାସୀ ଠକଙ୍କ ବାବଦରେ ଜଣାଇବା ପାଇଁ କୁହାଯାଇଛି । ତେବେ ଗତକାଲି ଠାରୁ ୨ରୁ ୩ ହଜାର ଫୋନ କଲ ଆସିଛି । ସାରା ରାଜ୍ୟରୁ ଠକେଇର ଶିକାର ବ୍ୟକ୍ତି ଫୋନ କରୁଥିବା ବେଳେ କେବଳ ଭୁବନେଶ୍ୱର ଲୋକ କଲ କରିବା ପାଇଁ ଡିସିପି କହିଛନ୍ତି ।

ଅନ୍ୟପଟେ ପୁଣି ଲୁଟିନେଲେ ସାଇବର ଠକ । ଏସ୍କର୍ଟ ସର୍ଭିସ ନାଁରେ ଗୁଗଲ ପେ’ରୁ ଠକିନେଇଛନ୍ତି ୯୪ ହଜାର  ୭୩୧ ଟଙ୍କା । ଭୁବନେଶ୍ୱରରେ ଏଭଳି ଯୁବକଙ୍କ ଠାରୁ ବଡ ଠକେଇ ହୋଇଛି । ଏସ୍କର୍ଟ ସର୍ଭିସରେ କର୍ଲଗାର୍ଲ ଦେବେ କହି ଯୁବକଙ୍କୁ ଠକି ନେଇଛନ୍ତି ଦୁର୍ବୃତ । ସିଲିଗୁଡିରୁ କର୍ଲଗାର୍ଲ ଦେବେ କହି  ଭୁବନେଶ୍ୱରରୁ  ଟଙ୍କା ଗାଏବ କରିଦେଇଛନ୍ତି ସାଇବର ଠକ । ୨୦ ମିନିଟର କଥାବାର୍ତା ଭିତରେ ଆକାଉଂଟକୁ ସଫା କରିଦେଇଛନ୍ତି ଯୁବକ ।   ଏ ନେଇ ସାଇବର ହେଲ୍ପ ଡେସ୍କର ସହାୟତା ନେଇଛନ୍ତି ସଂପୃକ୍ତ ଯୁବକ ।