ପୁଣି ବିବାଦରେ ଛନ୍ଦିହେଲେ ବଲିଉଡ କୁଇନ । ଚାଷୀ ଆନ୍ଦୋଳନରେ ସାମିଲ ବୃଦ୍ଧାଙ୍କୁ ନେଇ କଙ୍ଗନାଙ୍କ ଆପତ୍ତିି ଜନକ ଟିପ୍ପଣୀ । ଟୁଇଟରରେ ଲେଖିଲେ ଶହେ ଟଙ୍କା ଦେଲେ ମିଳିଯାଆନ୍ତି ଏପରି ଭଡାଟିଆ 

372

କନକ ବ୍ୟୁରୋ : ବୃଦ୍ଧ ମହିଳାଙ୍କୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଟୁଇଟ ବିବାଦ ତେଜିବାରେ ଲାଗିଛି । ଦିଲ୍ଲୀ ଶିଖ ଗୁରୁଦ୍ୱାର ପ୍ରବନ୍ଧକ ସମିତିର ସଦସ୍ୟ କଙ୍ଗନାଙ୍କୁ ଆଇନଗତ ନୋଟିସ ପଠାଇଛନ୍ତି । ଏବେ ଶିଖ ଗୁରୁଦ୍ୱାର ପ୍ରବନ୍ଧକ ସମିତିର ମୁଖ୍ୟ ମନଜିନ୍ଦର ସିଂ ସିରସା କଙ୍ଗନା ନିସର୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି । ସେ କହିଛନ୍ତି ସାମ୍ବିଧାନିକ ଅଧିକାର ଅନୁସାରେ ଚାଷୀମାନେ ମଧ୍ୟ ଆନ୍ଦୋଳନ କରିପାରିବେ, ଆପଣ ତାଙ୍କୁ ଅପମାନିତ କରିପାରିବେ ନାହିଁ ।

ସେପଟେ ହରିୟାଣା-ପଂଜାବ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହାକିମ ସିଂ ମଧ୍ୟ କଙ୍ଗନାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । କୃଷକ ଆନ୍ଦୋଳନ ଭିତରେ ଜଣେ ବୃଦ୍ଧ ମହିଳା ସମର୍ଥକଙ୍କ ଫଟୋକୁ ଟୁଇଟରରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ଏହି ବିବାଦ ତେଜିଛି । କଙ୍ଗନା ଟୁଇଟରରେ ଲେଖିଥିଲେ ଏହା ଶହେ ଟଙ୍କାରେ ମିଳିଯାଏ । କଙ୍ଗନାଙ୍କ ଟୁଇଟର ଅର୍ଥ ହେଉଛି ଶହେ ଟଙ୍କା ଭଡା ଦେଲେ ଏମିତି ଆନ୍ଦୋଳନକାରୀ ମିଳିଥାଏ ।

ତେବେ ସବୁଆଡୁ ସମାଲୋଚନା ହେବା ପରେ କଙ୍ଗନା ସେହି ଟୁଇଟକୁ ନିଜ ଟୁଇଟର ହ୍ୟାଣ୍ଡଲରୁ ହଟାଇ ଦେଇଥିଲେ । ସେପଟେ ବଲିଉଡ ସଙ୍ଗୀତକାର ଜାଭେଦ ଅଖତର କଙ୍ଗନାଙ୍କ ନାମରେ ମନହାନି ମକଦ୍ଦମା କରିଛନ୍ତି ଯାହାର ନୋଟିସ ଆଜି କଙ୍ଗନାଙ୍କୁ ମିଳିଛି । ଗତ ୨୪ ଘଂଟାରେ ୩ଟି ଲିଗାଲ ନୋଟିସ ପାଇବା ପରେ କଙ୍ଗନା ରାଣାୱତ ଟୁଇଟ କରି ଲେଖିଛନ୍ତି, ମୋତ ମହାନ କରି ହିଁ ଏମାନେ ଛାଡିବେ ।