ପୁଣି ଚର୍ଚ୍ଚାକୁ ଫେରିଲା କଙ୍ଗନା ରଣାୱତ ବନାମ ମହାରାଷ୍ଟ୍ର ସରକାର ବିବାଦ । କଙ୍ଗନା କହିଲେ, ବଂଶବାଦର ଖରାପ ଉଦାହରଣ ହେଉଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଦଶହରା ରାଲିରେ କଙ୍ଗନାଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ କରିଥିଲେ ଉଦ୍ଧବ ଠାକରେ

200

କନକ ବ୍ୟୁରୋ : କଙ୍ଗନା ରଣାୱତ ବନାମ ମହାରାଷ୍ଟ୍ର ସରକାର । ବେଶ କିଛି ଦିନର ନୀରବତା ପରେ ପୁଣି ଥରେ ଚର୍ଚ୍ଚାତ କଙ୍ଗାନ ଓ ଉଦ୍ଧବ ସରକାରଙ୍କ ବିବାଦ । ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଙ୍ଗନା । ଦଶହରା ରାଲି ସମୟରେ କଙ୍ଗନା ରଣାୱତଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏବଂ ହିମାଚଳ ପ୍ରଦେଶକୁ ଗଂଜେଇ ଚାଷ ହେଉଥିବା ରାଜ୍ୟ ବୋଲି କହିଥିଲେ । ଏହାପରେ ଉଦ୍ଧବ ଠାକରେଙ୍କୁ ବଂଶବାଦର ସବୁଠୁ ଘୃଣ୍ୟ ନମୂନା ବୋଲି କହିଛନ୍ତି କଙ୍ଗନା ।

ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି କଙ୍ଗନା ଆହୁରୀ ମଧ୍ୟ କହିଛନ୍ତି ଯେ, ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏପରି ମନ୍ତବ୍ୟ ଦେବା ଶୋଭା ପାଉନି । ହିମାଚଳ ପ୍ରଦେଶକୁ ଦେବଭୂମି କୁହାଯାଏ ଏବଂ ଏହା ଏକ ଅପରାଧ ମୁକ୍ତ ରାଜ୍ୟ ବୋଲି କହିଛନ୍ତି କଙ୍ଗନା ।

ରବିବାର ଦିନ ଦଶହରା ରାଲିରେ ଭାଗ ନେଇଥିବା ସମୟରେ କଙ୍ଗନାଙ୍ଗ ନାଁ ନେଇ ତାଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏଠାକୁ ନିଜ କ୍ୟାରିୟର ବନାଇବା ପାଇଁ ଆସି ମହାରାଷ୍ଟ୍ରର ନାଁକୁ ବଦନାମ କରନ୍ତି । ଏବଂ ଏଠାରେ ପ୍ରତିଘରେ ତୁଳସୀ ଗଛ ଲଗାଯାଏ ଗଂଜେଇ ଗଛ ନୁହେଁ ବୋଲି କହିଥିଲେ ଉଦ୍ଧବ ଠାକରେ ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କ କାରବାର ନେଇ ମୁହାଁମୁହିଁ ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ ଓ ମହାରାଷ୍ଟ୍ର ସରକାର । ଆରୋପ ପ୍ରତ୍ୟାରୋପ ଭିତରେ ଉଭୟଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏପରିକି ସୁରକ୍ଷାକୁ ଦୃଷ୍ଟିରେ ରଖି କଙ୍ଗନାଙ୍କୁ ୱାଇ ପ୍ଲସ ସିକ୍ୟୁରିଟି ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର ।