ପୁଣି ବିବାଦରେ ପୂର୍ବତନ ମନ୍ତ୍ରୀ ବଦ୍ରିପାତ୍ରଙ୍କ ପୁଅ, ଟୁଟୁ ପାତ୍ର । ଦୁଷ୍କର୍ମ ହୋଇଥିବା ଜଣେ ଯୁବତୀଙ୍କୁ ମାମଲା ହଟାଇବା ପାଇଁ ଚାପ ପକାଉଥିବା ଅଭିଯୋଗ

267

କନକ ବ୍ୟୁରୋ: ପୁଣି ଅଡୁଆରେ ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର । ଏକ ମାମଲାକୁ ରଫାଦଫା କରିବାକୁ ଜଣେ ଯୁବତୀଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ । ଚାପ ପକାଉଥିବାର ଅଡିଓ ସୋସିଆଲ ମିଡିଆରେ ଭାଇରାଲ । ଯଉଁଥିରେ ଦେବାଶିଷ ଯୁବତୀଙ୍କ ପରିବାର ଉପରେ ଏତଲା ପ୍ରତ୍ୟାହାର କରିବାକୁ ଚାପ ପକାଉଛନ୍ତିି । ସେପଟେ ଅଡିଓ ଭାଇରାଲ ହେବା ପରେ ଗତକାଲି କିଛି ଦୁର୍ବୃତ ରାତି ଅଧରେ ଯୁବତୀଙ୍କ ଘର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଦେବାଶିଷଙ୍କ ନିର୍ଦ୍ଦେଶରେ ତାଙ୍କ ସମର୍ଥକ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଆଜି ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସୂଚନା ମୁତାବକ ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କ ସହ ସେହି ଅଂଚଳର ଜଣେ ଯୁବକଙ୍କର ପ୍ରେମ ସମ୍ପର୍କ ଥିଲା । କିନ୍ତୁ ପରେ ଯୁବକ ଜଣଙ୍କ ବିବାହ କରିବାକୁ ଅରାଜି ହେବାରୁ ତାଙ୍କ ବିରୋଧରେ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଯୁବତୀ ।

ଅଭିଯୋଗ ପରେ ଯୁବକଙ୍କ ବିରୋଧରେ ସଂଗୀନ ଦଫା ଲଗାଇଛି ପୋଲିସ । ଏହି ଘଟଣା ପରେ ଅଭିଯୋଗ ଆଣିଥିବା ଯୁବତୀଙ୍କ ଘରକୁ ଯାଇ ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର ଖୋଲା ଖୋଲି ଧମକ ଦେଇଥିବା ଏବଂ ଏତଲା ପ୍ରତ୍ୟାହାର କରିବାକୁ ଚାପ ପକାଇଥିଲେ । କଥାବାର୍ତାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।