କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ନଗଡାରେ ପୁଣି ଏକ ନବଜାତ ଶିଶୁ ଅପପୃଷ୍ଟିର ଶିକାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ନିକଟରେ ନଗଡା ଅଞ୍ଚଳର ଜଣେ ମହିଳା ଏକ ନବଜାତକୁ ଜନ୍ମ ଦେଇଥିଲେ । ତେବେ ଶିଶୁଟିର ଓଜନ ଓ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ନଥିଲା । ସ୍ୱାସ୍ଥ୍ୟ ବିଭାଗ ଖବରପାଇ ଶିଶୁଟିକୁ ସୁକିନ୍ଦା ମେଡିକାଲକୁ ଆଣିବାକୁ ଯାଇଥିଲେ । ହେଲେ ତାର ମା’ ଡାକ୍ତରଖାନା ନଯିବାକୁ ଜିଦ୍ ଧରିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁର ଚିକିତ୍ସା ପାଇଁ ପୁନର୍ବାର ମେଡିକାଲକୁ ଆଣିବାକୁ ଚେଷ୍ଟା କରାଯାଇ ଥିଲେ ବି ତାର ମା’ ଏଥିରେ ଅରାଜି ହେଉନଥିବା ସୂଚନା ମିଳିଛି । ସେପଟେ ଶିଶୁଟି ଅପପୃଷ୍ଟିର ଶିକାର ହୋଇଥିବା ପ୍ରସଙ୍ଗକୁ ଅସ୍ୱୀକାର କରିବା ସହ ଏହା ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।