କନକ ବ୍ୟୁରୋ: ପୁଣିଥରେ କିଛିଦିନର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲାର ଛତିଶଗଡ଼ ସୀମାନ୍ତରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଆକ୍ରମଣ ଜଣକର ମୃତ୍ୟୁ ଘଟିଛି । ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ରାଇଘର ବ୍ଳକରେ ଗତ ଦୁଇ ତଳେ ଉଦନ୍ତି ସୀତା ନଦୀ ଅଭୟାରଣ୍ୟରୁ ଛତିଶଗଡ଼ି ହାତୀପଲ ପଶି ଆସିଥିଲେ କିନ୍ତୁ ବନ ବିଭାଗ ପକ୍ଷରୁ କୌଣସି ସଚେତନତା ହେଇନଥିବା ହେତୁ ଲୋକେ ଜାଣି ପାରି ନଥିଲେ ।
ଗୁରୁବାର ରାତିରେ ୩୦ ଟିକିଆ ହାତୀପଲ କୁନ୍ଦେଇ ବନ ବିଭାଗ କାର୍ଯ୍ୟଳୟରୁ ମାତ୍ର ୫ କିଲୋମିଟର ଦୂର ଖୁଡୁକ ଗ୍ରାମ ଭିତରକୁ ପଶିଆସି ଦୁଇଟି ଘର ଭାଙ୍ଗି ଧାନ ମକା ଖାଇବା ସହ ଫସଲ ନଷ୍ଟ କରିଛନ୍ତି । ଗ୍ରାମର ସୁବାଇ ଗଣ୍ଡ ନାମକ ମହିଳା ନିଜ ଚାଷ ଜମିରେ ଥିବା ଘରେ ଶୋଇଥିବା ବେଳେ ଶୁଣ୍ଢରୁ ଟେକିଆଣି ହାତୀ ଦଳି ମାରି ଦେଇଛନ୍ତି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଲୋକକୁ ଡ଼ାକବାଜି ଯନ୍ତ୍ର ଦ୍ୱାର ସଚେତନ କରିବା ସହ ହାତୀପଲର ଗତିବିଧି ଉପରେ ନଜର ରଖିଥିବା ସୂଚନା ଦେଇଛନ୍ତି ।