କନକ ବ୍ୟୁରୋ: ଗାଁକୁ ମାଡି଼ଲା ଫାଇନ୍ ଭୂତ । ନୂଆ ଟ୍ରାଫିକ୍ ନିୟମ ଆଧାରେ କେବଳ କଟକ-ଭୁବନେଶ୍ୱରରେ ନୁହେଁ, ବରଂ ବିଭିନ୍ନ ଜିଲ୍ଲାରେ ମଧ୍ୟ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଆଜି ଭଦ୍ରକରେ ଜଣେ ଅଟୋ ଡ୍ରାଇଭରଙ୍କ ଠାରୁ ୨୭ ହଜାର୫ଶହ ଟଙ୍କା ଫାଇନ୍ ଆଦାୟ କରିଛନ୍ତି ଆରଟିଓ ।
ସୂଚନା ଅନୁଯାୟୀ, ଫାଇନ ଦେଇଥିବା ଅଟୋ ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ, ପରମିଟ୍, ଇନସ୍ୟୁରାନ୍ସ ନଥିବା କାରଣରୁ ତାଙ୍କୁ ଫାଇନ କରାଯାଇଛି । ସେହିଭଳି ସେହି ଭଦ୍ରକରେ ଜଣେ କଲେଜ ଛାତ୍ରୀଙ୍କୁ ୧୩ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିଛି । ଛାତ୍ରୀ ଜଣଙ୍କ ହେଲମେଟ୍ ପିନ୍ଧି ନଥିବା ବେଳେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିଲା, ତେଣୁ ସେ ଏବାବଦକୁ ୬ ହଜାର ଟଙ୍କା ଜରିମାନା ଦେଇଛନ୍ତି । ସେ ବାପାଙ୍କ ଗାଡି ଚଳାଉଥିବାରୁ ୫ ହଜାର ଏବଂ ଗାଡିର ଇନିସ୍ୟୁରାନ୍ସ ନଥିବାରୁ ୨ ହଜାର ଟଙ୍କା ଫାଇନ୍ ଆକାରରେ ଆରଟିଓଙ୍କୁ ଗଣିଛନ୍ତି । ଯାହାକୁ ନେଇ ଭଦ୍ରକରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/AUTO-FINE-GFX-2.jpg)