କୋଟିଆ ମୋହ ଛାଡିପାରୁ ନାହିଁ ଆନ୍ଧ୍ର : ଓଡିଶାର ପଂଚାୟତ ନିର୍ବାଚନକୁ ବିରୋଧ ପାଇଁ ଆଦିବାସୀଙ୍କୁ ମତାଇଲେ ଆନ୍ଧ୍ର ଅଧିକାରୀ

ମହିଳା ସଂଗଠନଙ୍କୁ ଦେଲେ ରେସନ କାର୍ଡ, ପକ୍କା ଘର ଓ ରୁଣର ପ୍ରଲୋଭନ

44

କନକ ବ୍ୟୁରୋ : କୋଟିଆର ମୋହ ତୁଟାଇ ପାରୁନାହିଁ ଆନ୍ଧ୍ର ପ୍ରଦେଶ । ଓଡିଶାର ପଂଚାୟତ ନିର୍ବାଚନକୁ ବିରୋଧ କରିବା ପାଇଁ ସ୍ଥାନୀୟ ଆଦିବାସୀଙ୍କୁ ଆନ୍ଧ୍ର ଅଧିକାରୀ ମତାଉଥିବା ସୂଚନା ମିଳିଛି । କିଛି ଦିନ ତଳେ ଫାଟୁସିନେରୀରେ କୋଟିଆ ପଂଚାତୟତର ବିଭିନ୍ନ ଗାଁରେ ମହିଳା ଗୋଷ୍ଠୀଙ୍କୁ ନେଇ ଆନ୍ଧ୍ର ଜନ ଶୁଣାଣି କରିଥିଲା । ଗତକାଲି ପୁଣିଥରେ କୋଟିଆ ପଂଚାୟତର ସେମ୍ବି ଗାଁର ମହିଳାମାନଙ୍କ ସହ ଆନ୍ଧ୍ର ଅଧିକାରୀ ଆଲୋଚନା କରିଛନ୍ତି ।

ଗାଁର ମହିଳା ମାନେ ରେସନ କାର୍ଡ, ପେନସନ ସମସ୍ୟା, ଆବାସ ଯୋଗାଣ ଓ ଋଣ ପ୍ରଦାନ ପାଇଁ ଆନ୍ଧ୍ର ଅଧିକାରୀଙ୍କ ପାଖରେ ଅନୁରୋଧ କରିଥିବା ଜଣାପଡିଛି । ମହିଳାଙ୍କ ଅଭିଯୋଗକୁ ଗ୍ରହଣ କରି ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆନ୍ଧ୍ର ସରକାରଙ୍କ ଅଧିକାରୀ ୱାଇ. ସତ୍ୟମ ନାଇଡୁ ଆଶ୍ୱସନା ଦେଇଛନ୍ତି । ଆନ୍ଧ୍ର ପ୍ରଦେଶର ଆଇଟିଡିଏ ଯୋଜନାରେ ସମସ୍ତ ସହାୟାତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆନ୍ଧ୍ର ଅଧିକାରୀ । ଆଗକୁ ଓଡିଶାର ପଂଚାୟତ ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନକୁ ମୁକ୍ତ କଣ୍ଠରେ ବିରୋଧ କରିବାକୁ ସ୍ଥାନୀୟ ଆଦିବାସୀଙ୍କୁ ମତାଉଛି ଆନ୍ଧ୍ର । ହେଲେ ଓଡିଶା ସରକାରଙ୍କ ତରଫରୁ ସେମାନଙ୍କୁ ବିରୋଦ୍ଧରେ କୌଣସି କାର୍ଯ୍ୟାନୁପଷ୍ଠାନ ଗ୍ରହଣ କରାଯାଉନାହିଁ ।