କୋଟିଆ ଭିତରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ । ବାଣ୍ଟିଲେ ଗୃହ ଋଣ ଓ ପେନସନ୍ ।

97

କନକ ବ୍ୟୁରୋ : ଓଡ଼ିଶା ଭିତରେ ପୁଣି ପଶିଲା ପଡିଶା । କୋଟିଆରୁ ନଜର ହଟାଉନି ଆନ୍ଧ୍ର । ଗୋଟିଏ ପରେ ଗୋଟିଏ ଚାଲ ଖେଳି କୋଟିଆବାସୀଙ୍କୁ ନିଜ ଆଡ଼କୁ ଟାଣୁଛି । ବାରମ୍ବାର ବିରୋଧ ସତ୍ୱେ ମାନୁନାହାନ୍ତି ଆନ୍ଧ୍ର ଅଧିକାରୀ । ସୋମବାର କୋଟିଆ ଫାଟୁସିନେରୀ ଗାଁରେ ଆନ୍ଧ୍ର ଅଧିକାରୀ ୱାଇ ସତ୍ୟମଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚିଥିଲେ । ସେଠାରେ ଏକ ବୈଠକ କରି କିଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୱାଇଏସଆର ଯୋଜନାରେ ଋଣ ପ୍ରଦାନ କରିଛନ୍ତି । ଏହାସହ ରାସନ କାର୍ଡ, ଭତ୍ତା, ଓ ୩୩ ଜଣଙ୍କୁ ଗୃହ ରୁଣ ଦେଇଛନ୍ତି ।

ଏପରିକି ବାହାରୁ ରୁଣ ନଆଣିବାକୁ ମଧ୍ୟ ଆନ୍ଧ୍ର ଅଧିକାରୀ ଗାଁ ଲୋକଙ୍କୁ କହିଥିବା ଜଣାପଡ଼ିଛି । ଏହି ବୈଠକରେ ସଲପଗୁଡ଼ା, ହରମାଡିଙ୍ଗି ଓ ଫଗୁଣସିନେରୀ ଗାଁର ଲୋକମାନେ ଯୋଗ ଦେଇଥିଲେ । ପ୍ରତିଦିନ କୋଟିଆରେ ଆନ୍ଧ୍ର ପକ୍ଷରୁ କିଛି ନା କିଛି ସରକାରୀ କାର୍ଯ୍ୟକ୍ରମ କରାଯାଉଛି । କିଛି ଦିନ ତଳେ ଫଗୁଣସିନେରୀ ଗାଁରେ ଆନ୍ଧ୍ରର କିଛି ଅଧିକାରୀ ପହଞ୍ଚି ଭୋଜିଭାତ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଜମି ଚିହ୍ନଟ କରିଥିଲେ ।