ଇରାନ ବିରୋଧରେ ଆମେରିକା ଲଗାଇଥିବା ପ୍ରତିବନ୍ଧକକୁ ମାନୁ ନଥିବା ଦେଶଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ: ଆମେରିକା

ମୋଦିଙ୍କୁ ମନା କରିଦେଲେ ଟ୍ରମ୍ପ । ସାଧାରଣତନ୍ତ୍ର ଦିବସରେ ଆସିବେନି ଭାରତ, ହେବେନି ଅତିଥି ।

କନକ ବ୍ୟୁରୋ : ଇରାନ୍ ବିରୋଧରେ ଆମେରିକା ଲଗାଇଥିବା କଟକଣାକୁ ଯେଉଁ ଦେଶ ଓ କମ୍ପାନି ନମାନିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମେରିକାର ଆଇନ ପ୍ରଣେତାମାନଙ୍କ ସମ୍ମୁଖରେ ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଗୁରୁବାର ଦିନ କଂଗ୍ରେସରେ ଏ ନେଇ ହୋଇଥିବା ଶୁଣାଣି ବେଳେ ଏହି ମତ ରଖିଛନ୍ତି ଅର୍ଥନୈତିକ ଓ ବ୍ୟାବସାୟିକ ବ୍ୟାପାରର ସହାୟକ ସଚିବ ମନିଷା ସିଂହ କହିଛନ୍ତି। କଂଗ୍ରେସ ସଦସ୍ୟ ଇଲିଅଟ୍ ଏଞ୍ଜେଲ୍ ପଚାରିଥିବା ପ୍ରଶ୍ନର ଉତ୍ତରରେ ସିଂହ କହିଛନ୍ତି, ଟ୍ରମ୍ପ ପ୍ରଶାସନ ଏହାର ସହଯୋଗୀ ଦେଶ ଗୁଡ଼ିକ ସହିତ ଆଲୋଚନା କରି ସେମାନଙ୍କୁ ଏ ନେଇ ବୁଝାଇବାକୁ ଉଦ୍ୟମ ଚଳାଇଛି। ଆସନ୍ତା ନଭେମ୍ବର ୪ ତାରିଖ ସୁଦ୍ଧା ଭାରତ ସମେତ ଅନ୍ୟ ଦେଶ ଗୁଡ଼ିକୁ ଇରାନରୁ ତେଲ ଆମଦାନି ବନ୍ଦ କରିବାକୁ କୁହାଯାଇଛି।

ଏଥିରୁ ସ୍ପଷ୍ଟ ହେଉଛି ଯେ କୌଣସି ଦେଶକୁ ରିହାତି ମିଳିବ ନାହିଁ। ଉଲ୍ଲେଖଯୋଗ୍ୟ, ଇରାକ୍ ଓ ସାଉଦି ଆରବ ପରେ ଇରାନରୁ ଅଧିକ ତେଲ ଭାରତ ଆମଦାନି କରିଥାଏ। ଚଳିତବର୍ଷ ଆରମ୍ଭ ତୁଳନାରେ ଭାରତ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଅଧାଅଧି କମ୍ ତେଲ ଆମଦାନି କରିବ। ଏକ ତଥ୍ୟରୁ ଜଣାଯାଇଛି, ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଭାରତ ଇରାନଠାରୁ ଦୈନିକ ହାରାହାରି ୬,୫୮,୦୦୦ ବ୍ୟାରେଲ ତେଲ ଆମଦାନି କରିଛି। ସେପ୍ଟେମ୍ବର ଓ ଅକ୍ଟୋବରରେ ଏଥିରେ ୪୫ ପ୍ରତିଶତ ହ୍ରାସ ଘଟିବ।

publive-imageଅର୍ଥାତ୍ ଭାରତ ସେପ୍ଟେମ୍ବର ଓ ଅକ୍ଟୋବରରେ ଇରାନରୁ ଦୈନିକ ୩,୬୦,୦୦୦ରୁ ୩,୭୦,୦୦୦ ବ୍ୟାରେଲ ତେଲ ଆମଦାନି କରିବ। ମିଳିଥିବା ସୂଚନା ଅନୁସାରେ ଇରାନଠାରୁ ଦୈନଦିନ ଭାରତ ଅନେକ ପରିମାଣରେ ତୈଳ ଆମାଦାନୀ କରୁଛି । ତେବେ ବର୍ତ୍ତମାନ ସମୟରେ ଆମେରିକା ଯେଉଁ ପରି ଭାବରେ ଇରାନଠାରୁ ତୈଳ ଆମାଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି ତାହା ଦ୍ୱାରା ଭାରତର ମଧ୍ୟ କ୍ଷତି ହୋଇ ପାରେ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଭାରତ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରିବ ତାହ ଉପରେ ରହିଛି ସମସ୍ତଙ୍କର ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe