ଋଣ ପାଇଁ ଆତ୍ମହତ୍ୟା ଅଭିଯୋଗ: ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଋଣ ଟଙ୍କା ସୁଝିବାକୁ ବାଧ୍ୟ କରିବାରୁ ଚାଷୀ ହରାଇଲେ ପ୍ରାଣ; ଭଦ୍ରକରୁ ଆସିଲା ଅଭାବନୀୟ ଖବର

429

କନକ ବ୍ୟୁରୋ: ଋଣ ସୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ବ୍ଲକ ରାଜୁଆଳି ବନ୍ଧା ଗାଁରେ । ଅର୍ଥ ଲଗାଣକାରୀ ସଂସ୍ଥା ଋଣ ସୁଝିବା ପାଇଁ ବାଧ୍ୟ କରିବାରୁ ଗାଁର ଚାଷୀ ମହେନ୍ଦ୍ର ଦାସ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ, ମହେନ୍ଦ୍ରଙ୍କ ପତ୍ନୀ ଓ ବୋହୂ ୪ଟି ଅର୍ଥଲଗାଣକାରୀ ସଂସ୍ଥାରୁ ୫୦ ହଜାର ଟଙ୍କା ଋଣ ନେଇଥିଲେ । ତେବେ କରୋନା ଯୋଗୁଁ କାମଧନ୍ଦା ବନ୍ଦ ହୋଇଯାଇଥିଲା । ପୁଅ ବାହାରୁ ଆସି ଘରେ ରହିଥିଲା । ଏଭଳି ସ୍ଥଳେ ଋଣ ସୁଝିବା ପାଇଁ ଘରୋଇ କମ୍ପାନୀ ଚାପ ପକାଇଥିଲେ । ଏହା ପରେ ମହେନ୍ଦ୍ର ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।