କନକ ବ୍ୟୁରୋ: ହାଜତ ମୃତ୍ୟୁକୁ ନେଇ ସାରା ରାଜ୍ୟ ଉଠୁଛି ପଡ଼ୁଛି । ପୁରୀରୁ ଆରମ୍ଭ କରି ବିରମିତ୍ରପୁର ଯାଏଁ ଥାନା ହାଜତରେ ଅଭିଯୁକ୍ତଙ୍କ ଉପରେ ପୋଲିସର ଥାର୍ଡ ଡିଗ୍ରୀ । ମାନବିକ ଅଧିକାରର ଉଲ୍ଲଂଘନ ବୋଲି ଚର୍ଚ୍ଚ ହେଉଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଡେଲାଙ୍ଗ ଥାନା ଏସଆଇଙ୍କ ଦବଙ୍ଗଗିରି । ସର୍ବସମ୍ମୁଖରେ ଅଭିଯୁକ୍ତକୁ ମାଡ ମାରିଲେ ପୋଲିସ ବାବୁ । ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ।
ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି କି ବହୁତ ଲୋକ ଛିଡା ହୋଇଥିବାବେଳେ ଅଭିଯୁକ୍ତଙ୍କୁ ପୋଲିସ ବାବୁ ଜଣଙ୍କ ମାଡ ମାରୁଛନ୍ତି । ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଡେଲାଙ୍ଗ ମୁନିଦା ଗ୍ରାମରେ ଗୋରୁ ଗାଈ ଚୋରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗାଁ ଲୋକମାନେ ଧରି ଇଲେକ୍ଟ୍ରିଖୁଂଟରେ ବାନ୍ଧି ମାଡ ମାରିଥିଲେ । ଏହି ଖବର ପାଇଁ ଡେଲାଙ୍ଗ ପୋଲିସ ତାଙ୍କୁ ଉଦ୍ଧାର କରିଥିଲେ । ହେଲେ ପୋଲିସ ଉଦ୍ଧାର କରିବା ପରେ ନିଜେ ଏଏସଆଇ ଅଭିଯୁକ୍ତଙ୍କୁ ପିଟୁଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/4-28.jpg)
/kanak/media/post_attachments/wp-content/uploads/2020/11/vlcsnap-2020-11-20-08h35m22s102.png)