କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ବଢାଉଛି ଶିକ୍ଷକ ପଜିଟିଭ ସଂଖ୍ୟା । ଆଜି ରାଜ୍ୟରେ ପୁଣି ୭ ଜଣ ଶିକ୍ଷକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ୭ ଜଣ ଛାତ୍ର ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଏଯାଏଁ ରାଜ୍ୟରେ ମୋଟ ୩୩ ଜଣ ଶିକ୍ଷକ ପଜିଟିଭ ଚିହ୍ନଟ ହୋଇସାରିଲେଣି ।
ଆଜି ରାଉରକେଲାରୁ ୩ ଜଣ ଓ କନ୍ଧମାଳରେ ୪ ଶିକ୍ଷକ, ୭ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଉରକେଲାର ୩ ଶିକ୍ଷକ ଗୋଟିଏ ସ୍କୁଲର ଓ କନ୍ଧମାଳର ୪ ଶିକ୍ଷ ୭ ଛାତ୍ର ମଧ୍ୟ ଗୋଟିଏ ସ୍କୁଲର ହୋଇଥିବା ସୂଚନା ମିଳିଛି ।
ପୂର୍ବରୁ ଗଜପତି ଜିଲ୍ଲାରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ସ୍କୁଲ ଖୋଲିବା ପରେ ରାଜ୍ୟରେ ଧିରେ ଧିରେ ଶିକ୍ଷକ ପଜିଟିଭ ସଂଖୟା ବଢିବାରେ ଲାଗିଛି । ତେଣୁ ଏବେ ଏହି ପଜିଟିଭକୁ ନେଇ ସରକାର କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/21-10.jpg)