ଗଞ୍ଜାମରେ ପୁଣି ୭ ଆକ୍ରାନ୍ତ ଚିହ୍ନଟ । ଆଜି ଦିନରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୪ ଛୁଇଁଲା । ଏବେ ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮

563

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ପୁଣି ଗଞ୍ଜାମରେ ୭ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ପଜିଟିଭ ସୁତର ଫେରନ୍ତା । ୭ ଜଣ ଯାକ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ ୪୩, ୪୮, ୨୫, ୨୯, ୩୯, ୨୫, ଏବଂ ୬୦ ବର୍ଷ ।

ତେବେ ଆଜି ସକାଳେ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୭ ଜଣ ନୂଆ ଆକ୍ରାନ୍ତ ଆସିବା ପରେ ଆଜି ଦିନକରେ ଜିଲ୍ଲାରେ ୨୪ ପଜିଟିଭ ଚିହ୍ନଚ ହୋଇଛନ୍ତି । ଆଉ ଏବେ ଗଞ୍ଜାମ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

ସେପଟେ ଭୁବନେଶ୍ୱରରୁ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଜଣ ଯାକ ପୁରୁଷ ହୋଇଥିବା ବେଳେ ସେମାନେ ମଞ୍ଚେଶ୍ୱର, ଭିଏସଏସନଗର, ସୂର୍ଯ୍ୟନଗରର ଜଣାପଡିଛି । ତେବେ ସେମାନଙ୍କ ବୟସ ଯଥାକ୍ରମେ ୩୬, ୩୪, ୬୭ ବର୍ଷ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ତେବେ ବର୍ତ୍ତମାନର ନୂଆ ୧୦ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ୨୧୯ରେ ପହଞ୍ଚିଲା ପଜିଟିଭ ସଂଖ୍ୟା