କନକ ବ୍ୟୁରୋ: ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ । କଟକ, ଯାଜପୁର, ମୟୂରଭଞ୍ଜରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ତେବେ ନୂଆ ୩ ଆକ୍ରାନ୍ତ ଚିହ୍ନଟ ପରେ ଏବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୩୯୪ରେ ପହଞ୍ଚିଲା । ସେହିପରି ନୂଆ ଜଣେ ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁରରେ ଏବେ ୬୧ ପଜିଟିଭ । ୨ ଜଣ ସୁସ୍ଥ ଥିବା ବେଳେ ୫୯ଟି କେସ୍ ସକ୍ରିୟ ରହିଛି । କଟକରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୩, ଜଣେ ସୁସ୍ଥ ହୋଇଥିବା ବେଳେ ଆଉ ୨ ସକ୍ରିୟ କେସ୍ । ସେହିପରି ୯ରେ ପହଞ୍ଚିଲା ମୟୂରଭଞ୍ଜର ଆକ୍ରାନ୍ତଙ୍କ ସଂଖ୍ୟା । ୯ରୁ ୯ ସବୁ ସକ୍ରିୟ କେସ୍ । ଆଜି ସକାଳେ ୧୪ ଏବେ ୩ ମିଶାଇ ଗୋଟିଏ ଦିନରେ ୧୭ ପଜିଟିଭ ଚିହ୍ନଟ ।

Advertisment

publive-image

ସେପଟେ ପଜିଟିଭ ଚିହ୍ନଟ ହେବା ଭିତରେ ଭଲ ଖବର ଆସିଛି । ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ୧୭ଜଣଙ୍କ ମଧ୍ୟରୁ ସୁନ୍ଦରଗଡର ୭ ଜଣ, ଖୋର୍ଦ୍ଧାର ୫ଜଣ , ଭଦ୍ରକର ୩ଜଣ ଏବଂ ବାଲେଶ୍ୱରର ୨ ଜଣ । ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୮୫ଜଣ ସୁସ୍ଥ ହୋଇଛନ୍ତି ।