ହୁ ହୁ ହୋଇ ବଢୁଛି କରୋନା । ରାଜ୍ୟରେ ପୁଣି ୨୫ ପଜିଟିଭ ଚିହ୍ନଟ । ଗଞ୍ଜାମରୁ ୨୪, ଖୋର୍ଦ୍ଧାରୁ ଜଣେ । ଆକ୍ରାନ୍ତଙ୍କ ସଂଖ୍ୟାରେ ରେକର୍ଡ କଲା ଗଞ୍ଜାମ । ଜିଲ୍ଲାରେ ୭୧, ଓଡିଶାରେ ୨୭୧ରେ ପହଞ୍ଚିଲା ମୋଟ ପଜିଟିଭ ସଂଖ୍ୟା

979

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ପୁଣି ଏକାଥରେ ୨୫ ପଜିଟିଭ ଚିହ୍ନଟ । ରାଜ୍ୟରେ ଆଉ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୨୪, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ । ତେବେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଏବେ ମୋଟ ପଜିଟିଭ ସଂଖ୍ୟା ୨୭୧ ଛୁଇଁଲା ।

ତେବେ ଗଞ୍ଜାମରେ ହୁ ହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ସଂଖ୍ୟାରେ ରେକର୍ଡ କଲା ଗଞ୍ଜାମ । ଜିଲ୍ଲାରେ ସକାଳେ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ନୂଆ ୨୪ ଜଣଙ୍କୁ ମିଶାଇ ଆଜି ଦିନକରେ ଗଞ୍ଜାମରେ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଡକଥା ହେଉଛି କି ସମସ୍ତ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ସେପଟେ ଆଜି ଦିନକରେ ଅର୍ଥାତ ବର୍ତ୍ତମାନ ସୁଦ୍ଧା ଓଡିଶାରେ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।