କନକ ବ୍ୟୁରୋ: ପୁଣି ୨୦ ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁରରେ ଏକାଥରେ ଆଉ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ୨୦ ଆକ୍ରାନ୍ତ ମଧ୍ୟରୁ ୧୯ ଜଣ ନାଉଗାଁ ଅଞ୍ଚଳର ଏବଂ ଜଣେ କୁଜଙ୍ଗ ଅଞ୍ଚଳର । ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା । ୩ ଦିନ ତଳେ ଫେରିଥିଲେ । ସମସ୍ତେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ ।
ତେବେ ସମସ୍ତଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ହେଁ ସେମାନଙ୍କ ଦେହରେ କୌଣସି ଲକ୍ଷଣ ନଥିଲା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଆଜି ୫ ଆକ୍ରାନ୍ତ ସୁସ୍ଥ ହେବା ପରେ କରୋନା ମୁକ୍ତ ଥିଲା ଜଗତସିଂହପୁର ଜିଲ୍ଲା । ହେଲେ ପୁଣି ନୂଆ ୨୦ ଆକ୍ରାନ୍ତ ଚିହ୍ନଟ ପରେ ଏବେ ଜିଲ୍ଲା ପାଇଁ ଚିନ୍ତା ବଢିଛି । ଏବେ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୨୫କୁ ବଢି ଥିବା ବେଳେ ରାଜ୍ୟରେ ମୋଟ ପଜିଟିଭ ୮୯୬ରେ ପହଞ୍ଚିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/14-20.jpg)