ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡରେ ପୋଲିସ । ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚଢାଉ; ୪ ଜିଲ୍ଳାରୁ ୭ ଦଲାଲଙ୍କୁ ଗିରଫ କଲା ପୁଲିସ

ଗତକାଲି ୮ ଜିଲ୍ଲାରୁ ଗିରଫ ହୋଇଥିଲେ ୩୦ ଜଣ

682

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡରେ ପୋଲିସ୍ । ବିଭିନ୍ନ ସରକାରୀ ଅଫିସକୁ ଦଲାଲମୁକ୍ତ କରିବା ପାଇଁ ସରକାରଙ୍କ ଘୋଷଣା ପରେ ଆକ୍ସନ ମୁଡରେ ପୋଲିସ୍ । ଆଜି ପୁଣି ରାଜ୍ୟର ବିଭିନ୍ନ ଅଫିସରେ ଚଢ଼ାଉ କରିଛି ଦଲାଲଙ୍କୁ ଗିରଫ କରିଛି ପୋଲିସ । ନବରଙ୍ଗପୁର ମୁଖ୍ୟଚିକିତ୍ସାଳରେ ରୋଗୀ ସଂପର୍କୀୟଙ୍କୁ ରକ୍ତ ଦେବା ନେଇ ଦଲାଲ କରୁଥିବା ବେଳେ ୨ ଜଣ ଗିରଫ ହୋଇଛନ୍ତି । ସେହପିରି ଜଗତସିଂହପୁର ମେଡିକାଲରେ ଜଣେ ମହିଳା ଦଲାଲଙ୍କୁ ଗିରଫ କରିଛି ପୋଲିସ୍ । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ୩ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଜୟପୁର ଆରଟିଓ ଅଫିସରୁ ଆଜି ଜଣେ ଦଲାଲଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ ।

ଗତକାଲି ୮ଟି ଜିଲ୍ଲାରୁ ୩୦ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଭୁବନେଶ୍ୱରରେ ୪ ଜଣ, ସମ୍ବଲପୁରେ ୫ଜଣ , ବଲାଙ୍ଗୀର ୫ଜଣ, ଭଦ୍ରକରେ ୪, ମୟୁରଭଞ୍ଜରେ ୩, ରାଉରକେଲାରେ ୪ ଜଣ, ବାଲେଶ୍ୱରରେ ୩ ଜଣ ଏବଂ ନବରଙ୍ଗପୁରରେ ୨ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ମଧ୍ୟସ୍ତି ବା ଦଲାଲ ମାନଙ୍କ ସହ ନର୍ସିଂହୋମ ଏବଂ ଡାଇଗ୍ନୋସିଷ୍ଟିକ୍ ସେଂଟର ସହ ଏମାନଙ୍କର କ’ଣ ସଂପର୍କ ରହିଛି । ଡିଜି ପୁଲିସଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଛି । ଦଲାଲଙ୍କ ଦ୍ୱାରା ସାଧାରଣ ରୋଗୀଙ୍କୁ ଠକାଯାଉଛି । ତେଣୁ ପ୍ରତିଦିନ ହସ୍ପିଟାଲରୁ ରିପୋର୍ଟ ନିଆଯିବ ଦଲାଲଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ପୁଲିସ ପରେ ଏବେ ଡାକ୍ତରଖାନାରେ ନଜର ରଖାଯାଇଛି । ସରକାର ଯେତେବେଳେ ମୋ ସରକାର ଯୋଜନା ଆରମ୍ଭ କରୁଛନ୍ତି, ସେତେବେଳେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ଉଚିତ । ଦଲାଲି ରାଜକୁ ବନ୍ଦ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି ଏଥିପାଇଁ ଏହା ସ୍ୱାଗତ ଯୋଗ୍ୟ । କାରଣ ବିନା ମୂଲ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନକରି କୌଣସି ମତେ ଘରୋଇ ଡାକ୍ତରଖାନାକୁ ନେବା ପାଇଁ ଦଲାଲମାନେ ରୋଗୀଙ୍କୁ ପ୍ରୋତ୍ସାହିତ କରିଥାନ୍ତି ।