କଟକରେ ଚିନ୍ତା ବଢାଇଲାଣି କରୋନା ଭୂତାଣୁ : ଘରୋଇ କଲେଜରୁ ଆଉ ୧୩ ପଜିଟିଭ୍ ଚିହ୍ନଟ

କଲେଜରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୨୫; ୧୦ଦିନ ପାଇଁ କଲେଜକୁ ଛୁଟି ଘୋଷଣା କଲେ କର୍ତୃପକ୍ଷ

143

କନକ ବ୍ୟୁରୋ : କଟକର ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । କଟକର ଏକ ଘରୋଇ କଲେଜରୁ ୧୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଉ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୨୫ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା । ଏହା ମଧ୍ୟରୁ ୧୩ ଜଣଙ୍କର ପଜିଟିଭ୍ ଆସିଥିବା ଜଣାପଡିଛି ।

ଦୁଇ ଦିନରେ କଲେଜରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨୫ ଛୁଇଁଛି । ତେଣୁ ଏହି ଘରୋଇ କଲେଜକୁ ୧୦ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି କଲେଜ କର୍ତୃପକ୍ଷ । ସମସ୍ତ ପଜିଟିଭଙ୍କୁ ଏବେ କରୋନା ଗାଇଡଲାଇନ ଅନୁସାରେ ସଂଗରୋଧରେ ରଖାଯାଇଛି । ଆଜି କଲେଜରେ ଥିବା ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଉଛି ।

ମିଳିଥିବା ସୂଚନା ମୁତାବକ କଟକ ଅରୁଣୋଦୋୟ ନଗରସ୍ଥିତ ଏହି ଘରୋଇ ସାଇନ୍ସ କଲେଜର କିଛି ଛାତ୍ରଛାତ୍ରୀ ଥଣ୍ଡା, କାଶ, ଜ୍ବରରେ ପୀଡ଼ିତ ଥିଲେ । ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବାରେ ପ୍ରଥମେ ୧୨ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ‌ତେବେ ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀଙ୍କ ସହିତ ମିଳାମିଶା କରିଥିବା କିଛି ଛାତ୍ରଛାତ୍ରୀ ମଧ୍ୟ ଲକ୍ଷଣଯୁକ୍ତ ଥିଲେ। ଗତକାଲି ରାତିରୁ ସିଏମ୍‌ସିର ଆରଆରଟି ଟିମ୍‌ କଲେଜରେ ପହଞ୍ଚି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଥିଲେ ।