କନକ ବ୍ୟୁରୋ : ୩୧ ବର୍ଷ ପରେ ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ । ଏଜି ପେରାରିଭାଲନ ଖୁବଶୀଘ୍ର ଜେଲରୁ ବାହାରିବେ । ବୁଧବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ରାୟ ଦେଇଛନ୍ତି ।
ଧାରା ୧୪୨ରେ ଥିବା ସ୍ୱତନ୍ତ୍ର କ୍ଷମତା ବଳରେ ଏହି ରାୟ ଦେଇଛନ୍ତି କୋର୍ଟ । ଜେଲରେ ଭଲ ବ୍ୟବହାର, ସ୍ୱାସ୍ଥ୍ୟାବସ୍ଥା ଏବଂ ଶିକ୍ଷାଗତ ଯୋଗ୍ୟତାକୁ ଦେଖି କୋର୍ଟ ଏଜି ପେରାଇଭାଲନଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୫ରେ ସେ କ୍ଷମା ଆବେଦନ କରିଥିଲେ ।
୧୯୯୧ ମେ ୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା
ଧାନୁ ନାମକ ଜଣେ ମହିଳା, ଆତ୍ମଘାତୀ ବୋମା ଲଗାଇ ବିସ୍ଫୋରଣରେ ଉଡାଇ ଦେଇଥିଲେ
ମାମଲାରେ ୧୯୯୯ରେ ସୁପ୍ରିମକୋର୍ଟ ୪ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ
୪ ଅଭିଯୁକ୍ତ ହେଲେ ପେରାରିଭାଲନ, ମୁରୁଗନ, ସନ୍ଥମ ଏବଂ ନଳିନୀ
ଏପ୍ରିଲ ୨୦୨୦ରେ ତାମିଲନାଡୁ ରାଜ୍ୟପାଳ ଅଭିଯୁକ୍ତ ନଳିନୀଙ୍କ ମୃତ୍ୟୁଦଣ୍ଡାଦେଶ କୋହଳ କରିବାକୁ ସୁପାରିଶ କରିଥିଲେ
ରାଜୀବ ଗାନ୍ଧୀଙ୍କ ପତ୍ନୀ ସୋନିଆ ଗାନ୍ଧୀ ଏବଂ ତାମିଲନାଡୁ ସରକାରଙ୍କ କ୍ୟାବିନେଟ ଦଣ୍ଡାଦେଶ କୋହଳ କରିବାକୁ ସୁପାରିଶ କରିଥିଲେ
୨୦୧୪ ଫେବୃଆରୀ ୧୮ରେ ସୁୁପ୍ରିମକୋର୍ଟ ପେରାରିଭାଲନ, ସନ୍ଥନ ଏବଂ ମୁରୁଗନଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/24-18.jpg)