କନକ ବ୍ୟୁରୋ : ଭାରତର ସଂସଦ ଉପରେ ଆକ୍ରମଣର ମାଷ୍ଟର ମାଇଣ୍ଡ ଅଫଜଲ ଗୁରୁର ପୁଅ ଦଶମ ଓ ଦ୍ୱାଦଶ ଶ୍ରେଣୀର ଭଲ ଫଳାଫଳ କରିବା ପରେ ଡାକ୍ତର ହେବା ପାଇଁ ଇଚ୍ଛା ରଖିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଅଫଜଲର ପୁଅ ମେଡିକାଲ ଏଣ୍ଟ୍ରାସ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲାଣି । କେବଳ ଏତିକି ନୁହେଁ ତାହାର ସ୍ୱପ୍ନ ରହିଛି ସେ ପାଠପଢିବା ପାଇଁ ବିଦେଶ ଯିବ । ସେ ଆହୁରି ମଧ୍ୟ କହିଛି ଯେ, ମେଡିକାଲ ପାଠପଢିବା ପାଇଁ ତୁର୍କା ଯିବାକୁ ସେ ଈଚ୍ଛା ରଖିଛି କିନ୍ତୁ ତାହା ପାଖରେ ପାସପୋର୍ଟ ନାହିଁ । ୧୮ ବର୍ଷର ଗଲିବ ନିଜ ଅଜା ଗୁଲାମ ମହମ୍ମଦ ଓ ନିଜ ମା ତବସୁସମ ସହ ରହୁଛି । ମେଡିକାଲ ପାଠ ପଢିବା ପାଇଁ ବିଦେଶ ଯିବା ପାଇଁ ତାହାର ଯେଉଁ ସ୍ୱପ୍ନ ରହିଛି ତାହା ଲାଗି ତାକୁ ପାସପୋର୍ଟର ଆବଶ୍ୟକତା ରହିଛି ।
ମେ ୫ରେ ହେବାକୁ ଥିବା ମେଡିକାଲ ଏଣ୍ଟ୍ରାସ ପାଇଁ ସେ ନିଜକୁ ପ୍ରସ୍ତୁତ କରୁଛି । ସେ ଆହୁରି ମଧ୍ୟ କହିଛି ଯେ, ଯଦି ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇପାରିବି ନାହିଁ ତେବେ ତୁର୍କୀର ଏକ କଲେଜରେ ମତେ ସ୍କଲରସିପ ମିଳିବାରେ ମଧ୍ୟ ରହିଛି । ତେଣୁ ସେଠାରେ ପଢାପଢି କରିହେବ । ତେବେ ସେ ଦଶମ ପରୀକ୍ଷାରେ ୯୫ ପ୍ରତିଶତ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୨ ପ୍ରତିଶତ ମାର୍କ ରଖିଛି । ମିଳିଥିବା ସୂଚନା ଅନୁସାରେ, ଅଫଜଲକୁ ଫାଶୀ ମିଳିବାପରେ ତାର ପତ୍ନୀ କହିଥିଲେ ଯେ, ଆମେ ବର୍ତମାନ ସମୟରେ ଶାନ୍ତିରେ ବଂଚିବା ପାଇଁ ଚାହୁଁ । ପୂର୍ବ କଥାକୁ ଭୁଲିଯାଇ ଆମେ ଆଗକୁ ବଢିବା ପାଇଁ ଇଚ୍ଛା ରଖିଛୁ । କେବଳ ଏତିକି ନୁହେଁ ବରଂ ମୋର ପୁଅକୁ ଡାକ୍ତର କରାଇବା ପାଇଁ ଯେଉଁ ଇଚ୍ଛା ରହିଛି ତାହାକୁ ମଧ୍ୟ ପୂରା କରିବା ପାଇଁ ଚେଷ୍ଟା କରିବୁ ବୋଲି ଅଫଜଲର ପତ୍ନୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Parliament-attack.jpg)