କନକ ବ୍ୟୁରୋ : ଛାତ୍ରୀଙ୍କ ପ୍ରମାଣପତ୍ର ବନ୍ଧା ମାମଲା। ଖବର ପ୍ରସାରଣ ପରେ ଶେଷରେ ନିଜ ପଟୁ ସାର୍ଟିଫିକେଟ ଫେରାଇଛି ବରଗଡ଼ର ମହାବୀର ନର୍ସିଂ କଲେଜ । ଥାନାକୁ ଯାଇ ଛାତ୍ରୀ ଏତଲା ଦେବା ପରେ କଲେଜ କର୍ତ୍ତୃପକ୍ଷ ଥାନାରେ ଏଏନଏମ ଛାତ୍ରୀ ରୁବି ମହାନନ୍ଦଙ୍କ ସାର୍ଟିଫିକେଟ ଫେରାଇଛନ୍ତି । ଛାତ୍ରୀ ଜଣକ ଗୋଟିଏ ବର୍ଷ ପାଠପଢି ପରୀକ୍ଷା ଦେଇଥିବା ବେଳେ ୧୦ ହଜାର ଟଙ୍କା ପଇଠ କରିଥିଲେ । ତାଙ୍କ ଆକାଉଣ୍ଟରେ କୌଣସି ଛାତ୍ର ବୃତ୍ତି ଟଙ୍କା ପଡିନଥିବା ମଧ୍ୟ ଏତଲାରେ .ଲେଖିଥିଲେ ଛାତ୍ରୀ ଜଣକ ।
ସେପଟେ ଛାତ୍ରୀ ଜଣଙ୍କୁ ସାର୍ଟିଫିକେଟ ଫେରାଇ ଦିଆଯାଇଛି । କଲେଜର ଭିତ୍ତିଭୂମି ଠିକ୍ ଥିବା ବେଳେ ଅଧକ୍ଷ୍ୟ ସମସ୍ତେ ଅଛନ୍ତି । କିଛ ବ୍ୟକ୍ତି ଜାଣିଶୁଣି ସଂସ୍ଥାକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଥିବା କଲେଜ ପକ୍ଷରୁ କୁହାଯାଇଛି । ମହାବୀର ସଂସ୍ଥାର ଟ୍ରଷ୍ଟରେ ଥିବା ନର୍ସିଂହୋମ ନେଇ ଏବେ ସହରରେ ଚର୍ଚ୍ଚା ଜୋର୍ ଧରିଛି ।