ଭଗବାନଙ୍କୁ ନେଇ ଚାଲିଲା ରାଜନୀତି ! କିଏ କହିଲା ଦଳିତ ତ ଆଉ କିଏ କହିଲା ଆଦିବାସୀ ଏବେ ବିଜେପି ନେତା କହିଲେ ....

ଭଗବାନଙ୍କୁ ନେଇ ଚାଲିଲା ରାଜନୀତି ! କିଏ କହିଲା ଦଳିତ ତ ଆଉ କିଏ କହିଲା ଆଦିବାସୀ ଏବେ ବିଜେପି ନେତା କହିଲେ ....

ରାଜସ୍ଥାନ ବିଧାନସଭା ନିର୍ବାଚନ ରାଲିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ବକ୍ତବ୍ୟରେ ଭଗବାନ ହନୁମାନଙ୍କୁ ଦଳିତ କହିବା ବିବାଦ ଏଯାଏଁ ଥମି ନଥିବା ବେଳେ ବିଜେପିର ଆଉ ଜଣେ ବରିଷ୍ଠ ନେତା ସତ୍ୟପାଳ ସିଂହଙ୍କ କହିବା ମୁତାବକ ହନୁମାନ ଆର୍ଯ୍ୟ ଥିଲେ । କେନ୍ଦ୍ରମନ୍ତ୍ରୀ ସତ୍ୟପାଳ ସିଂହଙ୍କ କହିବାନୁସାର ଭଗବାନ ଶ୍ର୍ରୀରାମଙ୍କ ଯୁଗରେ କୌଣସି ଜାତିପ୍ରଥା ବ୍ୟବସ୍ଥା ନଥିଲା ତେଣୁ ସେ ଆର୍ଯ୍ୟ ଅଟନ୍ତି । ସେହି ଯୁଗରେ ନା କେହି ଦଳିତ ଥିଲେ,ନା ବଞ୍ଚିତ ଏବଂ ନା ହି ଶୋଷିତ ଥିଲେ । ବାଲ୍ମିକିଙ୍କ ରାମାୟଣ ହେଉ କିମ୍ବା ରାମଚରିତମାନସ ଏହାକୁ ପଢିଲେ ସେତେବେଳେ ଜାତିପ୍ରଥା ବ୍ୟବସ୍ଥା ନଥିବାର ପ୍ରମାଣ ମିଳୁଛି । ସେତେବେଳେ କେବଳ ଆର୍ଯ୍ୟ ଜାତି ଥିଲା ଯାହାର ମହାପୁରୁଷ ଥିଲେ ପ୍ରଭୁ ହନୁମାନ ।

publive-image

ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହନୁମାନଙ୍କୁ ଦଳିତ କହିବା ଉପରେ ରାଜସ୍ଥାନ ସର୍ବ ବ୍ରାହ୍ମଣ ମହାସଭା ସଂଗଠନ ଆଇନ୍ ନୋଟିସ୍ ପଠାଇଛି । ଏହି ନୋଟିସରେ ୩ ଦିନ ମଧ୍ୟରେ କ୍ଷମା ମାଗିବାକୁ କୁହାଯାଇଛି । ଭୋଟ୍ ଫାଇଁ ଭଗବାନଙ୍କୁ ମଝିରେ ଆଣିବା କେତେ ଯୁକ୍ତିଯୁକ୍ତ ଏନେଇ ସଂଘ ବୟାନକୁ ନିନ୍ଦା କରିଛି । ତେବେ ଏହା ପୂର୍ବରୁ ମଧ୍ୟ ୟୁପି ମୁଖ୍ୟମନ୍ତ୍ରୀ ଭଗବାନଙ୍କୁ ରାଜନୀତି ଭିତରକୁ ଆଣିଥିଲେ । ମଧ୍ୟପ୍ରଦେଶ ଏକ ରାଲୀରେ ସେ କଂଗ୍ରେସ ଅଧ୍ୟକ୍ଷ କମଳାନାଥଙ୍କୁ ଇଙ୍ଗିତ କରି କହିଥିଲେ ଯେ ,କଂଗ୍ରେସକୁ କେବଳ ମୁସଲିମ୍ ଭୋଟର ଆବଶ୍ୟକତା ରହିଛି ,ଆମ ପାଇଁ ବଜରଙ୍ଗବାଲୀ ଅଛନ୍ତି । ତେବେ ଏଭଳି ବୟାନ ପାଇଁ ମଧ୍ୟ ସେ ବିବାଦ ଘେରକୁ ଚାଲି ଆସିଥିଲେ ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe